ନୟାଗଡ଼ ଜ଼ିଲ୍ଲା ହେବ ବ୍ରାଉନସୁଗାର ମୁକ୍ତ – ଏସପି ସିର୍ଦ୍ଧାଥ କଟାରିଆ

ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲା ଏସପି ସିର୍ଦ୍ଧାଥ କଟାରିଆ (IPS)ଙ୍କ ଉଦେଶ୍ୟ ନୟାଗଡ଼ ଜ଼ିଲ୍ଲାକୁ ବ୍ରାଉନସୁଗାର ମୁକ୍ତ କରିବା l ଦିନକୁ ଦିନ ଯୁବପିଢ଼ୀ ନିଶାଡୀଙ୍କ ନିଶାରେ ବଶୀଭୂତ ହେଉଛନ୍ତି l ଆଜି ପର୍ଯ୍ୟନ୍ତ ଏସପିଙ୍କ ନିର୍ଦେଶ କ୍ରମେ 14 ଟି ମାମଲା ୠଜୁହେବା ସହ 19 ଜଣଙ୍କୁ ଗିରଫ କରାଯାଇଛି l 314 ଗ୍ରାମ ବ୍ରାଉନ ସୁଗାର ଜବତ କରାଯଇଛି l

ଏସ୍ପିଙ୍କ ନିର୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଜିଲ୍ଲା ସ୍ତରୀୟ ସ୍ୱାର୍ଡ ଗଠନ କରାଯାଇଛି l ଯାହାର ନେତୃତ୍ୱ ନେଇଛନ୍ତି ଏସ ଆଇ ସ୍ମୃତି ରଞ୍ଜନ ମହାନ୍ତି l ଆଜି ସ୍ପେସିଆଲ ସ୍ୱାର୍ଡ ପାଖରେ ଖବର ଥିଲା ଖୋର୍ଦ୍ଧା ଜ଼ିଲ୍ଲା ରୁ ବ୍ରାଉନ ସୁଗାର ସଦର ଥାନା ନିକଟ ବାଲୁଗାଁ ଆସୁଥିଲା l ସ୍ପେସିଆଲ ସ୍ୱାର୍ଡ ଓ ଇଟାମାଟି ପୋଲିସ ମିଳିତ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛନ୍ତି l

ତାଙ୍କ ଠାରୁ 80 ଟି ପୁଡିଆ ସେଥିରୁ 4 ଗ୍ରାମ 70 ମିଲି ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି l ୨ ଅଭିଯୁକ୍ତ ହେଲେ ବାଲୁଗାଁର କ୍ଷୀରୋଧ ଦକ୍ଷିଣରାୟ ଓ ସତ୍ୟବାନ ଦଳବେହେରା l ୨ ଜଣ ଆସନ୍ତାକାଲି କୋର୍ଟ ଚାଲାଣ ହେବେ ବୋଲି ଇଟାମାଟି ପୋଲିସ ଠାରୁ ସୂଚନା ମିଳିଛି l  (ରିପୋଟ -ରାମକୃଷ୍ଣ ରଥ, ନୟାଗଡ)

Exit mobile version