ଟାଇମ୍ସ୍ ସ୍କୁଲ୍ ର‌୍ୟାଙ୍କିଂ ସର୍ଭେ ଓଡ଼ିଶା ୨୦୨୧ ରେ ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍ ପଶ୍ଚିମ ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଶ୍ରେଷ୍ଠ ବିବେଚିତ ; ସମଗ୍ର ଓଡ଼ିଶାରେ ତୃତୀୟ

ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର )ବରଗଡ଼ :- ଚଳିତ ବର୍ଷ ଟାଇମ୍ସ୍ ସ୍କୁଲ୍ ର‌୍ୟାଙ୍କିଂ ସର୍ଭେ ଓଡ଼ିଶା ୨୦୨୧ ଦ୍ୱାରା ବିଦ୍ୟାଳୟମାନଙ୍କର ଶିକ୍ଷକ, ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ ଙ୍କ ଦ୍ୱାରା ବିଦ୍ୟାଳୟ ରେଟିଂ ନିଆଯିବା ସହିତ ପରୀକ୍ଷା ଫଳାଫଳ, ପ୍ରକୃତ ସର୍ବେକ୍ଷଣ ଓ ଅନୁସନ୍ଧାନ ଆଧାରରେ ଓଡ଼ିଶାର ବିଦ୍ୟାଳୟମାନଙ୍କ ମଧ୍ୟରୁ ଟପ୍ ୧୦ ର‌୍ୟାଙ୍କିଂ ପ୍ରକାଶିତ ହୋଇଛି । ଓଡ଼ିଶାର ଶ୍ରେଷ୍ଠ ୧୦ ଟି ବିଦ୍ୟାଳୟମାନଙ୍କ ମଧ୍ୟରେ ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍‌, ବରଗଡ଼ ତୃତୀୟ ସ୍ଥାନରେ ରହିଥିବା ବେଳେ ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍‌, ଭୁବନେଶ୍ୱର ଏହି ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି ।

ଏହି ସର୍ଭେରେ ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍‌, ବରଗଡ଼ ପଶ୍ଚିମ ଓଡ଼ିଶାର ଶ୍ରେଷ୍ଠ ସ୍କୁଲ୍ ଭାବରେ ବିବେଚିତ ହୋଇଥିବାବେଳେ ଓଡ଼ିଶାର ଶ୍ରେଷ୍ଠ ବିଦ୍ୟାଳୟ (ପ୍ରମିସିଂ କ୍ୟାଟେଗୋରୀ) ରେ ବିକାଶ ଦି କନ୍ସେପ୍ଟ୍ ସ୍କୁଲ୍‌, ସମ୍ବଲପୁର ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତବର୍ଷ ମଧ୍ୟ ଟାଇମ୍ସ୍ ସ୍କୁଲ୍ ସର୍ଭେ ଦ୍ୱାରା ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍ କୁ ପଶ୍ଚିମ ଓଡ଼ିଶାର ଶ୍ରେଷ୍ଠ ବିଦ୍ୟାଳୟ ଭାବରେ ବିବେଚିତ କରାଯାଇଥିଲା । ବିକାଶ ଗ୍ରୁପ୍ ର ଚେୟାର୍‌ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ଉକ୍ତ ସଫଳତାର ଶ୍ରେୟ ବିଦ୍ୟାଳୟର ଉଚ୍ଚମାନର ଶିକ୍ଷାପ୍ରଣାଳୀ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ମେଧାବୀ ଛାତ୍ରଛାତ୍ରୀ, ଅଭିଭାବକମାନଙ୍କୁ ଦେଇଛନ୍ତି । (ରିପୋର୍ଟ ସତ୍ୟ ନାରାୟଣ ପ୍ରଧାନ)

Exit mobile version