ଯୁବ କିରାଣୀ ଙ୍କ କୋଭିଡ ରେ ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର )ରାୟଗଡ଼ :- ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣପୁରୁ ଗ୍ରାମର ବାସିନ୍ଦା ସ୍ବର୍ଗତ ରବି କିଶୋର ଶବର (ଏଣ୍ଡା )40 ବର୍ଷ ରେ କୋଭିଡ କେନ୍ଦ୍ର ଠାରେ ମୃତ୍ୟୁ ହୋଇଛି ସେ ଗତ ଦୁଇ ଦିନ ତଳେ ଅସୁସ୍ଥତା ଅନୁଭବ କରିବା ପରେ ଡାକ୍ତର ଙ୍କ ପରା ମର୍ଶ ପରେ ଆର -ସୀତାପୁରୁ କୋଭିଡ କେନ୍ଦ୍ର ରେ ରହି ଚିକିତ୍ସିତ ହେଉଥିଲେ ଆଜି ସଖାଳୁ ତାଙ୍କର ମୃତ୍ୟୁହୋଇ ଥିଲା ଖବର ପାଇ ତାଙ୍କ ଧର୍ମ ପତ୍ନୀ ପରିବାର ସଦସ୍ୟ ପହଂଚି ଶେଷ ଦର୍ଶନ କରିଥିଲେ ପରେ କୋଭିଡ ଶୋସାନ ଠାରେ ତାଙ୍କର ସବ ଦାହ କରାଯାଇଥିଲା ! ତାଙ୍କ ର ଦୁଇ ବର୍ଷର ଏକ ପୁତ୍ର ଅଛନ୍ତି ସେ ନୂଆଗଡ଼ ବ୍ଲକ ବଡ଼ ପଦା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ l

ଏହିମୃତୁ ଘଟଣା ପରେ ରାୟଗଡ଼ ବ୍ଲକ ତଥା ତାଙ୍କ ନିଜ ଗ୍ରାମ ନାରାୟଣପୁରୁ ଠାରେ ଶୋକ ପରିବେଶ ହୋଇଯାଇଥିଲା ! ଏଥି ନିମନ୍ତେ ପ୍ରାକ୍ତନ ଅଧକ୍ଷ ନବକିଶର ଶବର, ସରପଞ୍ଚ ଦୀପ୍ତିପ୍ରଭାଲାଲ ଶବର, ସମିତି ସଭ୍ୟ ମୋଫିଆଲ ସ୍ୱାଲସିଂ,ଜିଲ୍ଲା ପରିଷଦ ଜଗନ୍ନାଥ ଭୂୟାଁ,ଆର -ବିଜୟ କୁମାର , ଜିତେନ୍ଦ୍ର ପାତ୍ର,ସଂଜୀବ କୁମାର ପାଣି,ସମ୍ବାଦ ବ୍ଲକପ୍ରତିନିଧି ଦୁର୍ଗାପ୍ରସାଦ ସୁବୁଦ୍ଧି,ପ୍ରାକ୍ତନ ଜିଲ୍ଲା ପରିଷଦ ପ୍ରଦୀପ କୁମାର ବିଷୋୟୀ,ନଦିନୀ ସାମଲ, ଭାଗବତ ପାଇକ,ଗଣେଶ ବିଷୋୟୀ,,ବାଳ କୃଷ୍ଣ ପଟ୍ଟନାୟକ, ଟୁକୁନା ଘଡ଼ାଇ,ବାଳ କୃଷ୍ଟ ବଣୁଆରାଇ,ମଣ୍ଡଳ ସଭାପତି ଜଗନ୍ନାଥ ଖଡ଼ଙ୍ଗାଲୁ, ଗଙ୍ଗାଧର ଗୌଡ଼ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି l (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି )

Exit mobile version