ଗୋପାଳପୁର ସେବା ସମବାୟ ସମିତି ପକ୍ଷରୁ ରବି ଧାନମଣ୍ଡି ଖୋଲିଲା

ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର )ବାଙ୍କୀ :- ଆଜି ନିୟନ୍ତ୍ରୀତ ବଜାର କମିଟି କାର୍ଯ୍ୟାଳୟ ନିକଟସ୍ଥ ଋଚିକା ହାଟରେ ଗୋପାଳପୁର ସେବାସମବାୟ ସମିତି ତରଫରୁ ଧାନମଣ୍ଡି ଖୋଲାଯାଇଛି । ଏହାକୁ ଜିଲ୍ଲାପରିଷଦ ସଭ୍ୟ ତ୍ରିଲୋଚନ ରାଉତ ଉଦ୍‌ଘାଟନ କରିଥିଲେ । ଆଜି ପ୍ରଥମ ଦିନରେ ସେବାସମବାୟ ସମିତି ତରଫରୁ ୧୫ଜଣ ଚାଷୀଙ୍କୁ

ଟୋକନ ପ୍ରଦାନ କରାଯିବା ସହିତ ୫୯୦କ୍ୱିଣ୍ଟାଲ୍ ରବିଧାନ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯାଇଥିଲା । ଏହି ମଣ୍ଡିରେ ଧାନ ଦେବାପାଇଁ ୧୬୫ଜଣ ଚାଷୀ ନିଜ ନାମ ପଞ୍ଜିକରଣ କରିଛନ୍ତି । ସମିତି ସଂପାଦକ ସୁଶାନ୍ତ କୁମାର ଧଳ ଓ ସମିତି ନୋଡାଲ ଅଧିକାରୀ ଶରତ କୁମାର ଜେନା ପ୍ରୁମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।  ରିପୋର୍ଟ ଗୌତମ ମିଶ୍ର

Exit mobile version