କୋଭିଡ଼ ବିରୁଦ୍ଧରେ ସମ୍ପୂର୍ଣ୍ଣ ବିଜୟୀ ହାସଲ କରିବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବେ, ନିଜ ନିର୍ବାଚନ ମଣ୍ଡଳୀ ରେ ଶପଥ ନେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର ) ଭୁବନେଶ୍ୱର :- ମୁଁ ଜଣେ ଲୋକ ପ୍ରତିନିଧି ଭାବରେ ଶପଥ କରୁଛି ଯେ ,ମୋ ନିର୍ବାଚନ ମଣ୍ଡଳୀ ର ସବୁ ଲୋକ ଙ୍କୁ ,କୋଭିଡ଼ ନିୟମ, ଯଥା ଠିକ୍ ଭାବେ ମାସ୍କ ପିନ୍ଧିବା ,ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ରଷା କରିବା , ଆଦି ସମ୍ପର୍କରେ ସଚେତନ କରିବା ପାଇଁ ନିଷ୍ଠା ର ସହ କାମ କରିବି । କୋଭିଡ଼ ବିରୁଦ୍ଧରେ ଏ ଲଢ଼େଇ ରେ, ଆଗରେ ରହି ,ଆମ ପାଇଁ ଲଢ଼ୁଥିବା, କୋଭିଡ଼ ଯୋଦ୍ଧା ମାନଙ୍କୁ ,ପୁରା ସହଯୋଗ ଯୋଗାଇ ଦେବି ।

ଓଡ଼ିଶାର ପ୍ରତିଟି ପରିବାର, ତଥା ପ୍ରତିଟି ଜୀବନ, ଯେପରି ସୁରଷିତ ରହିବ ,ସେଥିପାଇଁ ,ସମ୍ପୂର୍ଣ୍ଣ ଦାୟିତ୍ୱ ର ସହ କାମ କରିବି । ଏ ଲଢ଼େଇ ,ଆମ ସମସ୍ତଙ୍କ ର ଲଢ଼େଇ । ସାରା ମାନବ ସମାଜ ର ଲଢ଼େଇ । ସବୁ ଭେଦ ଭାବ ଭୁଲି, ସମସ୍ତଙ୍କୁ ସାଥିରେ ନେଇ, କୋଭିଡ଼ ବିରୁଦ୍ଧରେ, ସମ୍ପୂର୍ଣ୍ଣ ଵିଜୟ ହାସଲ ପର୍ଯ୍ୟନ୍ତ , ମୁଁ ଲଢେ଼ଇ ଜାରି ରଖିବି ।

Exit mobile version