ଉଚ୍ଚ ଶିକ୍ଷା ବିଭାଗ ପାଇଁ ନବୀନଙ୍କ ପେଡି ଖୋଲା

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଲୋକସେବା ଭବନ ତା-7.3.2020 :- ଶିକ୍ଷା ବିଭାଗକୁ ଉଚ୍ଚତର ସୋପାନରେ ପହଞ୍ଚାଇବା ପାଇଁ, ଛାତ୍ରଛାତ୍ରୀ ମାନେ କିଭଳି ଶୈକ୍ଷିକ ବାତାବରଣ ପାଇପାରିବେ, ଶିକ୍ଷକ ମାନେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବେ ବିଭିନ୍ନ ଦିଗ ପ୍ରତି ରାଜ୍ୟ ସରକାର ବହୁ ଦୃଷ୍ଟାନ୍ତକାରୀ ପଦକ୍ଷେପ ନେଉଛନ୍ତି ଏବଂ ଭବିଷ୍ୟତରେ କିଭଳି ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ବିଶ୍ୱ ରେ ଟପ ୨୦ ରେ ନିଜର ସ୍ଥାନ ଦଖଲ କରିପାରିବ ସେଥି ପ୍ରତି ରାଜ୍ୟ ସରକାର ବହୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଏବଂ ଏହାର ଟିମ ଲିଡ଼ର ଭାବେ ଦାୟିତ୍ୱ ନେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ।

ଆଜି ଲୋକସେବା ଭବନ ଠାରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ର କୁଳପତି ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ । ବିଶେଷ ସୂତ୍ରରୁ ଖବର ମୁତାବକ ମୁଖ୍ୟମନ୍ତ୍ରୀ କୁଳପତି ମାନଙ୍କୁ କଡା ତାଗିଦ କରିଛନ୍ତି କିଭଳି ବିଶ୍ୱବିଦ୍ୟାଳୟ ଗୁଡିକ ଅଣ ଛାତ୍ର ମୁକ୍ତ ହେବ , ଅଧ୍ୟାପକ ଓ ଅଧ୍ୟାପିକା ନିଯୁକ୍ତି ରେ ସ୍ୱଚ୍ଛତା ବଜାୟ ରହିପାରିବ, ପରୀକ୍ଷା ଫଳ ପ୍ରକାଶନ ଯେମିତି ପରବର୍ତୀ ଶିକ୍ଷା ବର୍ଷରୁ ଠିକ ସମୟରେ ବାହାରିବ । ଏହା ସହ ଅଧ୍ୟାପକ ଅଧ୍ୟାପିକା ମାନେ ବିଭିନ୍ନ ଗବେଷଣା ଉପରେ ଧ୍ୟାନ ଦେବେ,ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ବିଭିନ୍ନ ମହାବିଦ୍ୟାଳୟ କୁ ଅଚାନକ ଗସ୍ତ କରି କାର୍ଯ୍ୟକ୍ରମ ର ତଦାରଖ କରିବା ସହ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । NAAC ଓ NIRF ରାକିଙ୍ଗ ରେ ଭଲ କରିବା ପାଇଁ ପରବର୍ତୀ ଶିକ୍ଷାବର୍ଷ ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ନିର୍ଦେଶ ଦେଇଥିଲେ । ସମସ୍ତ କୁଳପତି ମାନଙ୍କୁ ନିର୍ଭର ପ୍ରତିଶୃତି ଦିଆହୋଇଛି ଶିକ୍ଷା ବ୍ୟବସ୍ଥା କୁ ଉଚ୍ଚତର ସୋପାନ ରେ ପହଞ୍ଚାଇବା ପାଇଁ ଏବଂ ବିଶ୍ୱବିଦ୍ୟାଳୟ ର ଉନ୍ନତି ନିମନ୍ତେ ଯେତେ ପାଣ୍ଠି ଦରକାର ସରକାର ବିନା ଦ୍ଵିଧା ରେ ପ୍ରଦାନ କରିବେ ।

ଏହି ବୈଠକରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର, ବିଭାଗୀୟ ନିର୍ଦେଶକ , ବହୁ ବରିଷ୍ଠ କର୍ମଚାରୀ ଉପସ୍ଥିତ ଥିଲେ ।

Exit mobile version