ଡାକ୍ତର ବାଚସ୍ପତି ଦାସ ଙ୍କୁ ବହିଷ୍କାର ଦାବୀରେ କୋଶଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର

ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା । ଏହି ଡାକ୍ତରଖାନା ରେ ପଡୋଶୀ ବ୍ଲକ ତଥା ପଡୋଶୀ ଜିଲ୍ଲାର ରୋଗୀ ନିର୍ଭର କରନ୍ତି । ଏହି ଡାକ୍ତରଖାନା ବିଗତ ଦିନରେ ଜିଲ୍ଲା ତଥା ରାଜ୍ୟରେ ନାଁ କମେଇଥିଲା ପୂର୍ବରୁ ଏହି ଡାକ୍ତରଖାନା ରେ ଭଲ ଭଲ ଡାକ୍ତର ଥିଲେ ଓ ଉଚିତ ସେବା ଯୋଗାଉଥିଲେ । କିଛି ବର୍ଷ ହେବ ଏହି ଡାକ୍ତରଖାନା ରେ ଏଭଳି କୁତ୍ରିମ ଅବହେଳା କରାଯାଉଛି ,ଏଭଳି ରୋଗୀ ମାନଙ୍କୁ ଶୋଷଣ କରାଯାଉଛି ବର୍ତ୍ତମାନ ରୋଗୀ ତଥା ଜନସାଧାରଣ ଏହି ଡାକ୍ତରଖାନା କୁ ଆସିବା ପାଇଁ ମୁହଁ ମୋଡୁଛନ୍ତି । ଡାକ୍ତରଖାନା ର ଅବ୍ୟବସ୍ଥା କହିଲେ ନସରେ ,ଡାକ୍ତରଖାନା ପରିବେଶ ଦୂଷିତ, ଯେତିକି ଡାକ୍ତର ରହିବା କଥା ସେତେ ଡାକ୍ତର ନାହିଁ, ଷ୍ଟାଫ ନାହିଁ, ବେଡ଼ ନାହିଁ, ରୋଗୀ ତଳେ ଶୋଉଛନ୍ତି, ଉତ୍ତମ ଚିକିତ୍ସା ନାହିଁ, ଅକ୍ସିଜେନ ଅଭାବ, ଏକ୍ସ- ରେ ମେସିନ ଅଚଳ, ଅଲ୍ଟ୍ରାସାଉଣ୍ଡ ଅଚଳ,

ଏକ୍ସ -ରେ ମେସିନ ଓ ଅଲ୍ଟ୍ରାସାଉଣ୍ଡ ଅପରେଟର ନାହିଁ , ଡାକ୍ତରଖାନା ପରିବେଶ ଦୁର୍ଗନ୍ଧମୟ, ନର୍ସ ମାନଙ୍କର ମାନମାନି ,ନର୍ସ ମାନେ ଉପରିସ୍ଥ ଅଧିକାରୀଙ୍କ ଇସାରାରେ ଦଲାଲ ସାଜି ରୋଗୀଙ୍କୁ ଶୋଷଣ କରୁଛନ୍ତି , ଝିଅ ଜନ୍ମ ହେଲେ ବାଧ୍ୟତାମୂଳକ ଦୁଇ ରୁ ତିନି ହଜାର ଓ ପୁଅ ଜନ୍ମ ହେଲେ ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ ନେଉଛନ୍ତି ଯଦି ଟଙ୍କା ନଦେଲେ ବଲାଙ୍ଗୀର କିମ୍ବା ବୁର୍ଲା ଡାକ୍ତରଖାନା କୁ ରେଫର କରୁଛନ୍ତି ,ଯଦି ନର୍ସ ମାନଙ୍କ ସହ ଯୁକ୍ତିଯୁକ୍ତ କଲେ ଧମକ ଦେଉଛନ୍ତି । ଏଥିପାଇଁ ଏହି ଡାକ୍ତରଖାନା କୁ ଜନସାଧାରଣ ଡାକ୍ତରଖାନା ନକହି ରେଫର କେନ୍ଦ୍ର ମଧ୍ୟ କୁହନ୍ତି । ଏହି ଡାକ୍ତରଖାନାରେ ଅନେକ ବିଭାଗ ରେ ଡାକ୍ତର ପଦବୀ ଖାଲି ଥିବାବେଳେ ଷ୍ଟାଫ ମଧ୍ୟ ବହୁତ କମ ଅଛନ୍ତି । ଯଦ୍ୱାରା ରୋଗୀମାନେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏହା ବାଦ କିଛିଦିନ ପୂର୍ବେ ଡାକ୍ତରଖାନା ର ମୁଖ୍ୟ ଖୋଦ ଏସ୍ଡିଏମଓ ଡାକ୍ତର ବାଚସ୍ପତି ଦାସ ଜଣେ ଗରିବ ରୋଗୀଠାରୁ କୋଡିଏ ହଜାର ଲାଞ୍ଚ ନେଉଥିବା ଭିଡ଼ିଓ ଭାଇରଲ ହୋଇଛି । ଏହି ବଳିଷ୍ଠ ପ୍ରମାଣ ପ୍ରସାର ପ୍ରଚାର ହେବାପରେ ଉପରିସ୍ଥ ଅଧିକାରୀ ନାମକୁ ମାତ୍ର ଜନସାଧାରଣ ଙ୍କୁ ଭୂତେଇଲା ଭଳି କେବଳ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ବଦଳି କରିଛନ୍ତି କିନ୍ତୁ ସେହିପରି ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟରେ ଜଣେ ଏଟେଣ୍ଡେନ ମାତ୍ର ଦୁଇଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାକୁ ତୁରନ୍ତ ନିଳମ୍ବନ କରିଛନ୍ତି ।

ସମାନ ଦୋଷ କୁ ସମାନ ଦଣ୍ଡ ବ୍ୟବସ୍ଥା ବଦଳରେ କିଛି ସ୍ୱାର୍ଥ ରଖି ଖୋଦ ଉପରିସ୍ଥ ଅଧିକାରୀ ହାତ ଟେକିଦେଇଛନ୍ତି । ବଡ଼ ଲୋକ ଦୋଷ କଲେ ମାଫ ଓ ଛୋଟ ଲୋକ ଦୋଷ କଲେ ପ୍ରହାର । ଆଜି ଡାକ୍ତରଖାନା ର ଅବ୍ୟବସ୍ଥା , ଡାକ୍ତର ବାଚସ୍ପତି ଦାସଙ୍କୁ ବହିଷ୍କାର ଓ ନର୍ସ ମାନଙ୍କ ବୈମାତୃକ ମନୋଭାବ ,ଦୀର୍ଘ ବର୍ଷ ଧରି ଆଡ୍ଡା ଜମେଇଥିବା ନର୍ସ ମାନଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି ତଥା ଡାକ୍ତରଖାନା ରେ ଖାଲି ଥିବା ସମସ୍ତ ପଦବୀ ପୂରଣ ,କୋଭିଡ ସମୟରେ ଦିନ ମଜୁରିଆ, ଶ୍ରମିକ, ଗରିବ ମାନେ ଖାଇବାକୁ ପାଉନାହାନ୍ତି ଏମାନଙ୍କୁ ପାଞ୍ଚ ହଜାର ଲେଖାଏଁ ସହାୟତା ରାଶି ,ପାଟଣାଗଡ଼ ରେ କୋଭିଡ ହସ୍ପିଟାଲ ନିର୍ମାଣ ଦାବୀରେ କୋଶଲ ରାଜ୍ୟ ସମନ୍ୱୟ ସମିତି ତରଫରୁ କୋଶଲ ରାଜ୍ୟ ସମନ୍ୱୟ ସମିତି ର ସଂଗଠନ ସମ୍ପାଦକ ଶ୍ରୀ ଗିରିରାଜ ଭୋଇ ଙ୍କ ନେତୃତ୍ୱରେ କଚେରୀ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଡାକ୍ତର ଙ୍କ ବିରୋଧ ରେ ବିଭିନ୍ନ ନରବାଜି ସହ ପ୍ଲା କାର୍ଡ଼ ଧରି ଉପଜିଲ୍ଲାପାଳ ପାଟଣାଗଡ଼ ଶ୍ରୀ ସୋମନାଥ ପଧାନ ଙ୍କୁ ଚାରି ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଆଜିର ଦାବିପତ୍ର ଦେବା ସମୟରେ କୋଶଲ ରାଜ୍ୟ ସଂମନ୍ଵୟ ସମିତି ର ରାଜ୍ୟ ସମ୍ପାଦକ ଶ୍ରୀ ସିପୁନ ଖମାରୀ, ଜିଲ୍ଲା ଯୁବ ସଭାପତି ଶ୍ରୀ ବନମାଳୀ ନାଏକ, ଜିତୁ ନାଏକ, ଚୈତନ ବାଗ, ଜୟ ମେହେର, ଅମିତ ପଣ୍ଡା ନାରୀ ନେତ୍ରୀ ଅନିତା ଭୋଇ, ଚନ୍ଦ୍ରକାନ୍ତି ସେଟ, ନିରୂପମା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଯଦି ପ୍ରଶାସନ ଏହି ଦାବିପତ୍ର ପ୍ରତି ଓ ଡାକ୍ତର ବାଚସ୍ପତି ଦାସ ଙ୍କୁ ବହିଷ୍କାର ନକରି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ଭୟାବହ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । (ପାଟଣାଗଡ଼/ଗୋରେଖନାଥ ବରିହା )

Exit mobile version