ଜାତୀୟ ସେବା ଯୋଜନା ସଂସ୍ଥା ପକ୍ଷରୁ ମହାବିଦ୍ୟାଳୟ ସ୍ତରୀୟ କରୋନା ସଚେତନତା ଓ୍ବେବିନାର

ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ସଂସ୍ଥା ପକ୍ଷରୁ ରବିବାର ମହାବିଦ୍ୟାଳୟ ସ୍ତରୀୟ କରୋନା ସଚେତନତା ଓ୍ବେବିନାର ରବିବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ସ୍ଵସ୍ତିକା ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ ପ୍ରଶାସକ ଡ଼ଃ ବିନେଦ ବିହାରୀ ପାତ୍ର ସ୍ବାଗତ ଭାଷଣ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ସ୍ବର୍ଣ୍ଣଲତା ପଟ୍ଟନାୟକ, ସମ୍ପ୍ରତି ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ବିତୀୟ ଲହର ସମୟରେ ନିଜେ ସଚେତନତା ଅବଲମ୍ବନ କରିବା ସହ ଅନ୍ୟର ଜୀବନକୁ କିପରି ସୁରକ୍ଷା ଯୋଗାଇ ଦିଆଯିବ ସେ ନେଇ ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଡ଼ଃ କୃଷ୍ଣ ସରନ୍ ପାଲ ଯୋଗଦେଇ କରୋନାର ଭୟାବହତା ଏବଂ ଏହାର

ମୁକାବିଲା କିଭଳି ଭାବରେ କରାଯାଇପାରିବ ଓ ପ୍ରଶାସନର ସମସ୍ତ କୋଭିଡ କଟକଣାକୁ ମାନି ଚଳିବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଏନଏସି ପ୍ରୋଗ୍ରାମ ଅଫିସର ଅଜୟ କୁମାର ପ୍ରଧାନ ଓ ସାଇଲକ୍ଷ୍ମୀ ଆମ୍ବାତି ପରିଚାଳନା କରିଥିଲେ । ଗଣେଶ ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିବା ବେଳେ କେ ଅମରନାଥ, କାହ୍ନୁ ବେହେରା, ଶିବରାମ ଗଉଡ, ଲକ୍ଷ୍ମୀ ପାଢ଼ୀ, ସୁମନ ସ୍ମିତା, ଧରଣୀ ମୁନି, ପାୟଲ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଶିକ୍ଷାର୍ଥୀ, ଏନଏସଏସ ସ୍ବେଛାସେବୀଙ୍କ ସମେତ ରାଜ୍ୟ ଓ ଜିଲ୍ଲାର ଵହୁ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ ।    ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version