କରୋନା ସ୍ଥିତି ଭୟଙ୍କର , ଗୋଟିଏ ଦିନରେ ଝାଡସାହି ଗ୍ରାମର ୪ଜଣ ମୃତ୍ୟୁ – ଓଡ଼ଗାଁ

ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର ) ଓଡ଼ଗାଁ,କୁରାଳ :- ସାରାଦେଶରେ କରୋନାର ପ୍ରାଦୁର୍ଭାବ ବଢିଚାଲିଥିବା ବେଳେ ଗତକାଲି ଓଡ଼ଗାଁ ବ୍ଲକ ଗିରିଡିପଲ୍ଲି ପଞ୍ଚାୟତ ଝାଡ଼ସାହିରେ ୪ଜଣଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଥିବା ଖବର ମିଳିଛି । ଆଜି ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଟିମ ଏହି ଗାଁରେ ପହଁଚି ଘରକୁ ଘର ବୁଲି ଇଲି ସର୍ଭେ କରିଛନ୍ତି । ସେଠାର ଲୋକମାନେ ଭୟଭୀତ ହୋଇ ରହିବା ସହିତ ଜ୍ଵର ହେଉଥିଲେ ମଧ୍ୟ ଲୁଚାଇ ରଖୁଥିବାରୁ ସେମାନଙ୍କୁ ଅଧର୍ଯ୍ୟ ନହୋଇ ସତ ପ୍ରକାଶ କରିବାକୁ ପରାମର୍ଶ ଦିଆଯାଇଥିଲା । ଥଣ୍ଡା, କାଶ କିମ୍ବା ଜ୍ଵର ହେଲେ ତୁରନ୍ତ ଅଙ୍ଗନବାଡି ଓ ଆଶା କର୍ମୀଙ୍କୁ ଜଣାଇବା ପାଇଁ କୁହାଯାଇଥିଲା ।

ଗତକାଲି କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଥିବା କୁମାରୀ ଡାକୁଆଙ୍କ ପରିବାରର ୨ପୁଅ ପ୍ରଭାତ ,ଋଷିଆ ଓ ବୋହୁ ମାମାଲି ଆକ୍ରାନ୍ତ ଚିହ୍ନଟ ପରେ ଆଜି ଚାନ୍ଦପୁର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସ୍ଵାସ୍ଥ୍ୟ ସୁପରଭାଇଜର ସୁରେନ୍ଦ୍ର କୁମାର ନାୟକ,ପୁରୁଷ ସ୍ୱାସ୍ଥ୍ୟକର୍ମୀ ରଞ୍ଜନ ନାୟକ,ମହିଳା ସ୍ବାସ୍ଥ୍ୟକର୍ମୀ ସୁଜାତା ମହାପାତ୍ର,ଅଙ୍ଗନବାଡି କର୍ମୀ ସଙ୍ଗୀତା ମିଶ୍ର ଓ ଆଶାକର୍ମୀ ଗୀତାଞ୍ଜଳି ଡାକୁଆ ଆଜିର ଟିମରେ ସାମିଲ ଥିବାବେଳେ ଖୁବଶୀଘ୍ର ଗ୍ରାମର ପ୍ରତ୍ୟେକଙ୍କ କୋଭିଡ ପରୀକ୍ଷା କରାଯିବ ବୋଲି ଜଣାପଡିଛି । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version