ଇଲେକ୍ଟ୍ରି ଟ୍ରାନ୍ସଫରମର କୁ କେନ୍ଦ୍ର କରି ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ,15 ଆହତ

ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର )  ରଣପୁର /ରିପୋର୍ଟ – ଅଭିମନ୍ୟୁ :- ଇଲେକ୍ଟ୍ରି ଟ୍ରାନ୍ସଫରମର କୁ କେନ୍ଦ୍ର କରି ଦୁଇ ଗ୍ରାମବାସୀଙ୍କ ମଧ୍ୟ୍ୟରେ ଗୋଷ୍ଠୀ ସଂଘର୍ଷ,15ରୁ ଉର୍ଦ୍ଧ ଆହତ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ବଳଭଦ୍ର ପୁର ପଂଚାୟତ ର ଜଗନ୍ନାଥ ପୁର ଏବଂ ଶ୍ରୀହରି ପୁର ଗ୍ରାମ ମଧ୍ୟ୍ୟରେ l ସୂଚନା ଅନୁସାରେ ଜଗନ୍ନାଥ ପୁରର ଇଲେକ୍ଟ୍ରି ଟ୍ରାନ୍ସଫରମରରୁ ଶ୍ରୀହରି ପୁରର କିଛି ଗ୍ରାମବାସୀମାନେ ଚୋରାରେ ବିଦ୍ୟୁତ ନେଇ ଏକ ପାଣି ମଟର ଲଗାଇ ମନଇଚ୍ଛା ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଲଗାଇବା ସହ ବିଲରେ ପାଣି ମାଡ଼ଉଥିବାର ଅଭିଯୋଗ କରିଛନ୍ତି ଜଗନ୍ନାଥ ପୁର ଗ୍ରାମ ବାସୀ l

ବିଦ୍ୟୁତ ଟ୍ରାନ୍ସଫରମର ଟି ପୋଡି ହୋଇଯିବା ସନ୍ଦେହ କରି ଜଗନ୍ନାଥ ପୁର ଗ୍ରାମବାସୀ ବିଦ୍ୟୁତ ବିଭାଗ ର ପରାମର୍ଶ ରେ ଟ୍ରାନ୍ସଫରମରରେ ଏକ ତାଲା ପକାଇଥିଲେ l ବିଦ୍ୟୁତ ନେବାରେ ଶ୍ରୀହରିପୁର ଗ୍ରାମବାସୀଙ୍କର ଅସୁବିଧା ସୃଷ୍ଟି ହେବାରୁ ଗ୍ରାମବାସୀ ମାନେ ଏକ ବୈଠକ କରି ଟ୍ରାନ୍ସଫରମରରେ ପଡ଼ିଥିବା ତାଲାକୁ ଭାଙ୍ଗିବାରୁ ଜଗନ୍ନାଥ ପୁର ଗ୍ରାମବାସୀ ଅଟକାଇବାରୁ ଦୁଇ ଗ୍ରାମବାସୀଙ୍କ ମଧ୍ୟ୍ୟରେ ଯୁକ୍ତିତର୍କ ହେବା ସହ ପରସ୍ପରକୁ ବିଭିନ୍ନ ମରଣାଅସ୍ତ୍ରରେ ଆକ୍ରମଣ କରିଥିଲେ l ଏହା ଫଳରେ 15ରୁ ଉର୍ଦ୍ଧ ଲୋକ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ରିପୋର୍ଟ ଲେଖା ହେବା ରଣପୁର ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇ ନ ଥିଲା l କିନ୍ତୁ ପୋଲିସ ଡାକ୍ତରଖାନାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଜଣା ପଡିଛି l

Exit mobile version