ଗୁରାଣ୍ଡି ଥାନା ଅନ୍ତର୍ଗତ ତଟିପେଟି ଗ୍ରାମରେ ବିବାହ ଉତ୍ସବରେ , କୋଭିଡ୍-୧୯ ନିୟମ ଉଲଘଂନ ଅଭିଯୋଗ ରେ ୧୫୦୦୦ ଟଙ୍କା ଜରିମାନା ଆଦାୟ

ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେଏକ ବିବାହ ଉତ୍ସବରେ କୋଭିଡ୍‌-୧୯ ନିୟମ ଉଲଂଘନ କରିବା ନେଇ ଗୁରାଣ୍ଡି ଥାନା ତରଫରୁ ବରପକ୍ଷକୁ ୧୫ ହଜାର ଟଙ୍କା ଜରିମାନା ହୋଇଥିବାର ସୂଚନା ମିଳିଛି । ଗତ ୧୪ତାରିଖ ଦିନ ଗୁରାଣ୍ଡି ଥାନା ଅଞ୍ଚଳର ତାଟିପେଟି ଗ୍ରାମରେ ବି.କୁମାରମଣୀକୁଲୁଙ୍କ ବିବାହ ଉତ୍ସବ ସମୟରେ କୋଭିଡ୍ ନିୟମକୁ ଉଲଂଘନ କରାଯାଇ ଏକ ପ୍ରସେଶନରେ ବିନା ମାସ୍କ , ସାମାଜିକ ଦୂରତା ରକ୍ଷା କରାଯାଇନଥିବା ନେଇ ହୋଇଥିବା ଭିଡିଓ ଭାଇରଲ ହୋଇଥିଲା ।

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଗୋଷାଣୀ ବିଡିଓ କିଶୋର ଚନ୍ଦ୍ର ଦାସ ମାଜିଷ୍ଟ୍ରେଟ ଭାବେ ଏବଂ ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡା ତଦନ୍ତ କରିଥିଲେ । ଏଥିରେ କୋଭିଡ୍ ନିୟମ ଉଲଂଘନ ସ୍ପଷ୍ଟ ହୋଇଥିଲା । ତେଣୁ ବରପକ୍ଷ ତଥା ବିବାହ କରିଥିବା ବର ବି.କୁମାରମଣୀକୁଲୁଙ୍କୁ ୧୫ହଜାର ଟଙ୍କା ଜରିମାନା କରାଯାଇଥିଲା । ଆଜି ଏନେଇ ସମ୍ପୃକ୍ତ ବରପକ୍ଷଙ୍କୁ ଜରିମାନା ନେଇ ନୋଟିସ ହୋଇଥିବା ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡା ଜଣାଇଛନ୍ତି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ) 

Exit mobile version