ସ୍ଥିତି ଅନୁଧ୍ୟାନ କରୁଛନ୍ତି ବାଙ୍କୀ ର ପୁଅ ସ୍ନେକ ହେଲ୍ପ ଲାଇନ ର ରାଜ୍ୟ ସଂଯୋଜକ ଲଳିତ ।
ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର ) ବାଙ୍କୀ :- ଖୋର୍ଦ୍ଧା ଜିଲ୍ଲା ମଲ୍ଲିପୁର ପଞ୍ଚାୟତ ର ମଲ୍ଲିପୁର ଗ୍ରାମର ଗ୍ରାମ୍ୟ ଜଙ୍ଗଲରେ କିଛି ଲୋକ ଏକ ଖୋଲ ଭିତରେ ଏକ ଅଜଗର ସାପ କୁ ଦେଖିଲେ । ସ୍ଥାନୀୟ ଯୁବକ ମାନେ ହଳଦିଆ ରେଞ୍ଜ ଅଫିସର ଙ୍କୁ ଖବର ଦେଲା ପରେ ରେଞ୍ଜ ଅଫିସର ଜୟକୃଷ୍ଣ ପଣ୍ଡା ନିଜର ଟିମ ଧରି ପହଞ୍ଚିଲେ । ସ୍ଥାନୀୟ କିଛି ସାପ ଉଦ୍ଧାରକାରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଲେ । ତେବେ ସେମାନେ ସାପ କୁ ଉଦ୍ଧାର କରିବା ପୂର୍ବରୁ ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ରେଞ୍ଜ ଅଫିସର ଙ୍କୁ ଉଦ୍ଧାର କରିବା ପାଇଁ ମନା କରି ନିଜେ ଯାଉଛନ୍ତି ବୋଲି କହିଲେ । ରେଞ୍ଜ ଅଫିସର ସ୍ଥାନୀୟ ସାପ ଉଦ୍ଧାରକାରୀ ଙ୍କୁ ବାରଣ କରିଥିଲେ ।ସ୍ନେକ ହେଲ୍ପ ଲାଇନ ର ଏକ ଦୁଇ ଜଣିଆ ଟିମ ଶୁଭେନ୍ଦୁ ମଲ୍ଲିକ ଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ବହୁ ଜନ ସମାଗମ ହୋଇସାରିଥିଲା , ଏବଂ ଜଣେ ପୁଲିସ ସବଇନ୍ସପେକ୍ଟର ନିଜ ଷ୍ଟାଫ ଙ୍କୁ ଧରି ଆଇନ ଶୃଙ୍ଖଳା ରକ୍ଷା କରୁଥିଲେ ।
କରୋନା କଟକଣା ପାଇଁ ପୁଲିସ ଲୋକଙ୍କୁ ଦୂରକୁ ହଟେଇବା ପରେ ଶୁଭେନ୍ଦୁ ଆସ୍ତେ ଆସ୍ତେ ସାପ କୁ ନିଜର ହୁକ ସାହାଯ୍ୟରେ ଅଳ୍ପ ଟେକିବା ପରେ ସାପ ପେଟ ତଳେ କିଛି ଅଣ୍ଡା ଦେଖିବାକୁ ପାଇଥିଲେ । ଆଉ ସାପ କୁ ବିରକ୍ତ ନକରି ତୁରନ୍ତ ଚନ୍ଦକା ଡିଏଫଓ ଙ୍କୁ ଜଣେଇଥିଲେ । ସାପକୁ ତା ବସା ରୁ ବାହାରନକରିସେହିଜାଗାରେଅଣ୍ଡାଫୁଟେଇବାକୁ ସୁଯୋଗ ଦେବା ପାଇଁ ଶୁଭେନ୍ଦୁ ପରାମର୍ଶ ଦେଇଥିଲେ । ଚନ୍ଦକା ଡିଏଫଓ ଙ୍କ ନିର୍ଦ୍ଦେଶ ରେ ଆଜି ଠାରୁ ସେହି ଜାଗାରେ ବାରିକେଡ ତିଆରି ହୋଇ ଏଜ ଅସ୍ଥାୟୀ କ୍ୟାମ୍ପ ବ୍ୟବସ୍ଥା ହେଲା। ସ୍ଥାନୀୟ ଗ୍ରାମ କମିଟି ତରଫରୁ ଗ୍ରାମର ଯୁବକ ସଙ୍ଘ ମଧ୍ୟ ସାପ ର ସୁରକ୍ଷା ନେବା ଦାୟୀତ୍ବ ନେଲେ । ମଲ୍ଲୀପୁର ସରପଞ୍ଚ ବିଜୟ କୁମାର ଦାସ ଓ ଗଡ଼ ନିଆଳ ଗ୍ରାମ୍ୟ କମିଟି ସଭାପତି ମନୋଜ କୁମାର ପ୍ରତିହାରୀ ଗ୍ରାମ ବାସୀଙ୍କ ତରଫରୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଛନ୍ତି । ଅଜଗର ସାପ ଟି କିପରି ନିଜ ବସା ପାଖରେ ପାଣି ପାଇ ପାରିବ ସେଥି ନିମନ୍ତେ ଗ୍ରାମ୍ୟ କମିଟି ତରଫରୁ ଏକସିମେଣ୍ଟ ନନ୍ଦ ବ୍ୟବସ୍ଥା କରାଯାଇଛି । ସେହି ନନ୍ଦ ଭିତରେ ପାଣି ମଧ୍ୟ ଭର୍ତ୍ତି କରି ଦିଆଯାଇଛି ।
