ଡମପଡ଼ାରେ ଗଡ଼ିଲା ରାଜସ୍ୱ ରଥ

ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର ) ବାଙ୍କୀ :- କୋଭିଡ଼୍ ମହାମାରୀ ସମୟରେ ଜନସାଧାରଣ ଯେପରି କୌଣସି ତହସିଲ ଅଧିନରେ ଥିବା ସରକାରୀ ସୁବିଧାରୁ ବଞ୍ଚିତ ନ ହେବେ ସେଥିନିମନ୍ତେ ସରକାରଙ୍କ ତରଫରୁ ‘୫ଟି’ କାର୍ଯ୍ୟକ୍ରମ ଜରିଆରେ ଆରମ୍ଭ କରାଯାଇଛି ରାଜସ୍ୱ ରଥ । ଜନସାଧାରଣଙ୍କ ପ୍ରତ୍ୟେକ ଯୋଗାଯୋଗକୁ ହ୍ରାସ କରିବା ପାଇଁ ତହସିଲ କାର୍ଯ୍ୟାଳୟରେ ଦିଆଯାଉଥିବା ଦାଖଲ ଖାରଜ ଓ ପ୍ରମାଣପତ୍ର ସେବାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଅନ୍‌ଲାଇନ୍ କରାଯାଇଛି । କୋଭିଡ଼୍ ୧୯ ସମୟରେ ନାଗରିକଙ୍କୁ ନୀରବଚ୍ଛିନ୍ନ ରାଜସ୍ୱ ସେବା ଯୋଗାଇବା ପାଇଁ ଡମପଡ଼ା ତହସିଲ କାର୍ଯ୍ୟାଳୟ ପକ୍ଷରୁ ସେବା ପ୍ରଦାନ ପାଇଁ ରାଜସ୍ୱ ରଥର ଶୁଭାରମ୍ଭ କରାଯାଇଛି ।

 ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଙ୍କ ତତ୍ୱାବଧାନରେ ଡମପଡ଼ା ତହସିଲଦାର କ୍ଷୀତିସ୍ ବେହେରା ଏହାକୁ ଉଦ୍‌ଘାଟନ କରି ଜନସାଧାରଣ ଘରେ ବସି କିପରି ସରକାରୀ ସେବା ପାଇପାରିବେ ସେ ସମ୍ପର୍କରେ ସୂଚନା ଦେଇଥିଲେ । ରାଜସ୍ୱ ରଥ ତହସିଲ ଅଧିନ ସମସ୍ତ ରାଜସ୍ୱ ଗ୍ରାମ ପରିକ୍ରମା କରି ଆୟ ପ୍ରମାଣପତ୍ର, ଦାଖଲ ଖାରଜ ମାମଲା, ଜାତିଗତ ପ୍ରମାଣପତ୍ର ଇତ୍ୟାଦି ପ୍ରଦାନ କରିବ ।

 ପ୍ରଥମ ଦିନରେ ଗୋବିନ୍ଦପୁର ଅଞ୍ଚଳର ବସନ୍ତ କୁମାର ଦାଶ, ଗଡ଼ଜିତ ଅଞ୍ଚଳର ନାରାୟଣ ବେହୁରା, କୁସୁପଙ୍ଗୀ ଗ୍ରାମର ବେଣୁଧର ସ୍ୱାଇଁ, ଅଲେଖ ଚନ୍ଦ୍ର ବେହୁରା, କୈଳାଶ ବାରିକ ଏବଂ ଗୋକୁଳାନନ୍ଦ ସ୍ୱାଇଁଙ୍କୁ ପଟ୍ଟା ଡମପଡ଼ା ତହସିଲଦାର ରାଜସ୍ୱ ରଥ ମାଧ୍ୟମରେ ପ୍ରଦାନ କରିଥିବା ଜଣାପଡ଼ିଛି ।ସମଗ୍ର ବାଙ୍କୀ ଉପଖଣ୍ଡ ରେ ଏହି ରଥ ମାଧ୍ୟମରେ ସମସ୍ତ ଙ୍କୁ ସୁବିଧା ରେ ତହସିଲ ସୁବିଧା ଯୋଗେଇ ଦିଆ ଯିବ ବୋଲି ବାଙ୍କୀ ଉପଜିଲ୍ଲାପାଳ ଶ୍ରୀ ଜେନା ପ୍ରକାଶ କରିଛନ୍ତି।(ରିପୋର୍ଟ – ଗୌତମ ମିଶ୍ର )

Exit mobile version