କରୋନା ମହାମାରୀ ପାଇଁ ବର୍ତ୍ତମାନ ସ୍ବୀକୃତି ପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ -ଚୋରା ବେପାର ମାନେ ବେଧଡ଼କ ଭାବେ ବେପାର ଚଳାଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର )ଲକ୍ଷ୍ମୀପୁର:-କରୋନା ମହାମାରୀ ପାଇଁ ବର୍ତ୍ତମାନ ସ୍ବୀକୃତି ପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରହିଛି। ତେବେ ଏହାର ସୁଯୋଗ ନେଇ ଚୋରା ବେପାର ମାନେ ବେଧଡ଼କ ଭାବେ ବେପାର ଚଳାଇ ଛନ୍ତି। ଏପରିକି ଲକ୍ଷ୍ମୀପୁର ଅଞ୍ଚଳର ରାସ୍ତା କଡ଼ ଠାରୁ ଆରମ୍ଭ କରି ଗଳି କନ୍ଦିରେ ଚାଲିଛି ବେପାର। ତାହା ପୁଣି ଚଢା ଦରରେ। ଦେଶୀ ମଦ ବେପାରୀ ଯେତି ଦରରେ ବିକୁଥିଲେ ବର୍ତ୍ତମାନ ଢେର୍ ଚଢା ଦରରେ ବିକ୍ରି କରାଯାଉଛି। ସେହିପରି ବିଦେଶୀ ମଦ ଦୋକାନ ବନ୍ଦ ଥିବାରୁ ଚୋରାରେ ମଦ ବିକ୍ରି ହେଉଛି। ତାହା ମଧ୍ୟ ଚଢା ଦରରେ। ତେବେ ତାହା ଅସଲି କି ନକଲି ତାହାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଦୈନଦିନ ମଦୁଆମାନେ।

 ସେହିପରିକରୋନା ମହାମାରୀ କାରଣରୁ କାମଧନ୍ଦା ନପାଇ ଲୋକେ ଚଳିବା କଷ୍ଟକର। ଏପରିକି ପରିବାର ପ୍ରତି ପୋଷଣର କରିବା ଦୁରୁହ ବ୍ଯାପାର। ଏହି ଅବସରରେ ବେଧଡ଼କ ମଦ ବେପାର ଗରିବ ଗୁରୁବା ଏପରିକି ମଧ୍ଯବିତ୍ତଙ୍କ ପରିବାର ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ। ଦୈନନ୍ଦିନ ମଦ୍ୟପ ମାନେ ଜିନିଷ ପତ୍ର ବିକି ମଦ ପିଉଛନ୍ତି। ଏଭଳି ସମୟରେ ଅବକାରୀ ବିଭାଗ ଯେମିତି ଆଖି ବୁଜି ଦେଇଛି କହିଲେ ଚଳେ। କୋରୋନା କାଳରେ ଲୋକଙ୍କ ଅବସ୍ଥା ଅତ୍ଯନ୍ତ ଦୟନୀୟ ଥିବା ବେଳେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ପାଇଁ ପ୍ରତିଦିନ ଝଗଡ଼ା ଝାଟି ଲାଗି ରହୁବା ସାଧାରଣରେ ଆଲୋଚନା ହେଉଛି।(ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )

Exit mobile version