କୋଭିଡ ସଚେତନତା ଉପରେ ଜିଲ୍ଲାପାଳ ଙ୍କ ଗୁରୁତ୍ୱ : କୋଭିଡ ସମୀକ୍ଷା ଅବସର ରେ ଜିଲ୍ଲାପାଳ ଏକ ଘଣ୍ଟା ଧରି ବୁଝାଇଲେ

ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର )ନୟାଗଡ :- ଆଜି ତୃତୀୟ ପର୍ଯ୍ୟାୟ ରେ ନୟାଗଡ ଜିଲ୍ଲାପାଳ ଡଃ ପୋମା ଟୁଡୁ  ଭର୍ଚୁଆଲ ମାଧ୍ୟମ ରେ ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଂଚଳ ର କୋଭିଡ ପରିସ୍ଥିତି ଉପରେ  ସମୀକ୍ଷା କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ , ଜିଲ୍ଲାପାଳ ଏହା ପୂର୍ବରୁ ଦଶପଲ୍ଲା ଓ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଅଂଚଳ ର ସମୀକ୍ଷା କରି ସାରିଛନ୍ତି । ଆଜି ଏହି  ସମୀକ୍ଷା ରେ ମାନନୀୟ ବିଧାୟକ ରଣପୁର ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଣପୁର ଏବଂ ଓଡ଼ଗାଁ ବ୍ଲକର ବିଡ଼ିଓ , ତହସିଲଦାର , ମେଡିକାଲ ଅଫିସର ଓ ସମସ୍ତ ସରପଞ୍ଚ ତଥା ଜିଲ୍ଲା ପରିଷଦ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ବିଡ଼ିଓ , ତହସିଲଦାର ଓ ମେଡିକାଲ ଅଫିସର ଙ୍କୁ ଗୋଟି ଗୋଟି କୋଭିଡ ର ପ୍ରତ୍ୟକ ବିଷୟ ଉପରେ ପଚାରିଥିଲେ । ପ୍ରତି ବ୍ଲକ ପ୍ରତିଦିନ ଅତି କମରେ 100 ଲେଖାଏଁ RTPCR ଟେଷ୍ଟ କରିବାକୁ ନିର୍ଦେଶ ଦେଇଥିଲେ । କୋଭିଡ ଉପରେ ଲୋକଙ୍କ ସଚେତନତା ଉପରେ ଗୁରୁତ୍ୱ ଦେବା ପାଇଁ ବିଡ଼ିଓ ଓ ଜନ ପ୍ରତିନିଧି  ମାନଙ୍କୁ କହିଥିଲେ । ସେ ନିଜେ ପାଖାପାଖି ଏକ ଘଣ୍ଟା  ଧରି କୋଭିଡ ର ଏହି ଦ୍ଵିତୀୟ ଲହର ର ଭୟାବହତା ଉପରେ ସଚେତନ ରହିବା ପାଇଁ ମଧ୍ୟ ବୁଝାଇଥିଲେ । ILI ଓ SARI ଉପରେ ଗୁରୁତ୍ୱ ଦେବା ସହିତ RRT ଟିମ ର ଭୂମିକା ଉପରେ ଆଲୋଚନା ହୋଇଥିଲା । ଏହା ଉପରେ ନଜର ରଖିବା ପାଇଁ ବିଡ଼ିଓ ଓଡ଼ଗାଁ ଙ୍କୁ ନିର୍ଦେଶ ଦେଇଥିଲେ।

କୋଭିଡ ରୋଗୀଙ୍କୁ ଦରକାର ପଡ଼ିଲେ ସ୍ଥାନାନ୍ତରିତ କରିବା ପାଇଁ ଏବେ ରଣପୁର ଅଂଚଳ ପାଇଁ 4 ଗୋଟି ଅମ୍ବୁଲାନ୍ସ ଥିଲା ବେଳେ , ମାନନୀୟ ବିଧାୟକ ଆଉ ଗୋଟେ ଅମ୍ବୁଲାନ୍ସ ପାଇଁ ପ୍ରସ୍ତାବ ଦେଇଥିଲେ ଓ ରଣପୁର ଅଂଚଳ ର କୋଭିଡ ରୋଗୀ ଙ୍କୁ ଦରକାର ପଡ଼ିଲେ ଚାନ୍ଦପୁର ସ୍ଥିତ କୋଭିଡ ହସ୍ପିଟାଲ କୁ ପଠାଇବା ପାଇଁ ମତାମତ ରଖିଥିଲେ । ଏହା ସହିତ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ତଥା ପଶ୍ଚିମବଙ୍ଗ ଫେରନ୍ତା ଙ୍କ ଉପରେ କଡା ନଜର ରଖିବା ପାଇଁ ସମସ୍ତ ସରପଞ୍ଚ ମାନଙ୍କୁ କହିଥିଲେ ଏବଂ ଯଦି ସେପରି କିଛି ନଜର କୁ ଆସୁଛି ତେବେ ସେମାନଙ୍କୁ କ୍ଲଷ୍ଟର TMC ରେ ରଖିବା ପାଇଁ କଡା ନିର୍ଦେଶ ଦେଇଥିଲେ ।

 Enforcement କୁ କଡାକଡି କରିବା ପାଇଁ ମଧ୍ୟ କହିଥିଲେ । ଏହି ବୈଠକ ରେ ପ୍ରକଳ୍ପ ନିର୍ଦେଶକ ଶ୍ରୀ ସୁବାଷ ଚନ୍ଦ୍ର ରାୟ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ , ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ , ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତି ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରକଳ୍ପ ନିର୍ଦେଶକ ଧନ୍ୟବାଦ ଅର୍ପଣ କରି ବୈଠକ କୁ ଶେଷ କରିଥିଲେ । (ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ)

Exit mobile version