ପାଟଣାଗଡ଼ ବିଧାୟକ ଟିକେ ଦୃଷ୍ଟି ଦେବେ କି ?

ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର ) ପାଟଣାଗଡ଼ :- ବର୍ତ୍ତମାନ ସାରା ଦେଶରେ ତଥା ରାଜ୍ୟ ରେ କରୋନା ମହାମାରୀ ଜନିତ ଲକ ଡାଉନ,ସଟ ଡାଉନ,ନାଇଟ କର୍ଫ୍ୟୁ,କଣ୍ଟେଣ୍ଟମେଣ୍ଟ ଜୋନ ରେ ଗରିବ,ଅସହାୟ,ଦୁସ୍ଥ,ଖଟିଖିଆ,ମୁଲିଆ, ଅଭାବୀ ଲୋକ,ପଶୁ ପକ୍ଷୀ,ବନ୍ୟ ପ୍ରାଣୀ,ଖାଦ୍ୟ ଅଭାବରୁ ଭୋକ ଉପାସ ରେ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି. । କିନ୍ତୁ ପାଟଣାଗଡ ନିର୍ବାଚନ ମଣ୍ଡଳୀ ,ଏହି କରୋନା ସଙ୍କଟ ସମ୍ପୂର୍ଣ ବନ୍ଦ ସମୟରେ ଅଭାବ ଅନାଟନ ରେ ସଢୁଥିବା ଗରିବ,ଭିକାରି,ଅଭାବୀ, ରୋଗଗ୍ରସ୍ତ କ୍ଷୁଧାର୍ତ୍ତ ତୁଷାର୍ତ୍ତ ଲୋକଙ୍କୁ ଖାଦ୍ୟ ପୁଡିଆ,ପାଣି ବୋତଲ,ଟିଏ ଦେଉନାହାନ୍ତି.
ପାଟଣାଗଡ ନିର୍ବାଚନ ମଣ୍ଡଳୀ ର, କରୋନା ମହାମାରୀ ପ୍ରଭାବରେ, ପ୍ରତି ଗାଁରେ ଲୋକ ଜ୍ୱର ଏବଂ ବିଭିନ୍ନ ରୋଗରେ ଡହଳ ବିକଳ ହେଉଛନ୍ତି, ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନା ରେଡାକ୍ତର ଅଭାବ, ବେଡ଼ ଅଭାବ,ରକ୍ତ ଅଭାବ,ଅକ୍ସିଜେନ ଅଭାବ,ଆମ୍ବୁଲାନ୍ସ ଅଭାବ ଭଳିଆ ବିଭୀଷିକା ଜାରି ରହୁଛି ।

ଯାହାଫଳରେ ପାଟଣାଗଡ଼ ଉପଖଣ୍ଡର ଗରିବ ଅସହାୟ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଟଣାଗଡ଼ ଅଞ୍ଚଳ ରେ କେତେକ ଅନୁଷ୍ଠାନ ବ୍ୟକ୍ତି ବିଶେଷ , ଟ୍ରଷ୍ଟ ସେବା ଭଲି ଅନେକ ସଂଗଠନ ଅସହାୟ ଗରିବ ଏବଂ ଡାକ୍ତର ଖାନା ରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ସହାୟତା ର ହାତ ବଢ଼ାଇଥିବା ଅଞ୍ଚଳରେ ଦେଖିବାକୁ ମିଳିଛି । । ଏହି ମହାମାରୀ କରୋନା ବିପତ୍ତି ସମୟରେ ପାଟଣାଗଡ଼ ବିଧାୟକ ଦୃଷ୍ଟି ଦେଇ ଅସହାୟ ଗରିବ ଲୋକଙ୍କୁ ସହାୟତା ର ହାତ ବଢାନ୍ତେ ତାହା ହେଲେ ଭଲ ହୁଅନ୍ତା ବୋଲି ଲୋକେ କୁହାକୁହି ହେଉଥିଲେ । ପାଟଣାଗଡ଼ ( ଗୋରେଖନାଥ ବରିହା )

Exit mobile version