ରଣପୁର ପୋଲିସ ର କଡାକଡି ; ଦେଶୀ ମଦ ଭାଟି ଚଢ଼ାଉ – ତିନି ଜଣ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର ) ରଣପୁର,ରିପୋର୍ଟ /ଅଭିମନ୍ୟୁ :- ରଣପୁରରେ ପୋଲିସ ପ୍ରଶାସନ ସକ୍ରିୟ , ଚୋରା ଦେଶୀ ମଦ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଛି ରଣପୁର ପୋଲିସ । କୋଭିଡ଼ି ସମୟରେ ସମଗ୍ର ରାଜ୍ୟ କରୋନା କୁ ପ୍ରତିହତ କରିବା ପାଇଁ ଲଢେ଼ଇ କରୁଥିବା ବେଳେ ଦେଶୀ ମଦ ଭାଟି ଗୁଡିକରେ ଚାଲିଛି ମଦ ରନ୍ଧା ଯାହାକୁ ନେଇ ରଣପୁର ପୋଲିସ ପ୍ରଶାସନ କଡା କଡ଼ି କରିଛି । ବେଆଇନ ମଦ ଭାଟି କୁ ପୋଲିସ ଚଢ଼ାଉ କରି ୪୦୦ ଲିଟର ମଦ ଜବତ କରିଛି ।

ସୂଚନାନୁସାରେ କୋଟାପାଖରୀ ଗ୍ରାମରେ ଚାଲିଥିବା ଏକ ବେଆଇନ ମଦ ଭାଟି ଉପରେ ଚଢାଉ କରିଛି ପୋଲିସ । କିଛି ଦିନ ପୂର୍ବରୁ ଏହି ଦେଶୀ ମଦ କାରଖାନାକୁ ଚିହ୍ନଟ କରାଯାଇଥିଲା । ଏବଂ ଅଚାନକ ଚଢ଼ାଉ କରି ଉକ୍ତ ଭାଟି ରୁ ୪୦୦ ଲିଟର ଦେଶୀ ମଦ ଜବତ କରିବା ସହ ୨୦୦୦ ଲିଟର ପୋଚ ମଧ୍ୟ ଜବତ କରିଛି ରଣପୁର ପୋଲିସ ରଣପୁର ଥାନା ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ତତ୍ୱବଧାନ ରଣପୁର ପୋଲିସ ଟିମ ଚଢ଼ାଉ କରିଥିଲେ ।

ଏବଂ ଅଭିଯୁକ୍ତ ଠାରୁ ଦୁଇଟି ମୋଟର ସାଇକେଲ , ପୋଚ, ଗ୍ୟାସ୍ ସିଲିଣ୍ଡର, ଗ୍ୟାସ୍ ଚୁଲା, ମଦ ରାନ୍ଧିବା ପାଇଁ ବ୍ୟବହୃତ ବାସନକୁସନ ପାଇଁ ଦଶଟି ଡ୍ରମ୍ ଜବତ କରାଯାଇଛି। ଜଣେ ତଥାକଥିତ ସାମ୍ବାଦିକ ହେଉଛନ୍ତି ଏହି ଅପରାଧୀମାନଙ୍କ ରୋଲ ମଡେଲ ୮୪/୨୧ ,ରେ ଏକ ମାମଲା ରୁଜ୍ଜୁ କରି ୩ ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ ।

ଉକ୍ତ ଅଭିଯୁକ୍ତ ମାନେ ହେଲେ କୋଟାପୋଖରୀ ଗ୍ରାମର ରବୀନ୍ଦ୍ର ରଣା , ଜିତେନ୍ଦ୍ର ବେହେରା , ଚରଣ ବେହେରା । ଦେଶୀ ମଦ ବ୍ୟବସାୟ ମୂଳ ଉତ୍ପାଡନ ପାଇଁ ସକ୍ରିୟ ହୋଇ ଉଠିଥିବା ବେଳେ ଏହା ଉପରେ ଅଧିକ ରୁ ଅଧିକ ଯାଞ୍ଚ କରି ସମୂଳେ ନାଶ କରିବାକୁ ଅଣ୍ଟା ଭିଡ଼ିଛି ରଣପୁର ପୋଲିସ ପ୍ରଶାସନ

 

Exit mobile version