ମୋହନା ବ୍ଲକ ଲୁହାଗୁଡି ସଙ୍ଗରୋଧ୍ କେନ୍ଦ୍ର ପରିଦର୍ଶନ କଲେ ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ

ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର ) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରକଳ୍ପ ନିର୍ଦ୍ଧେଶକ ଅନାମ ଚରଣ ପାତ୍ର ମୋହନା ବ୍ଲକ ଗସ୍ତରେ ଆସି ଲୁହଗୁଡି ପଞ୍ଚାୟତ ର ଲୁହାଗୁଡ଼ି ଠାରେ ଥିବା ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ରହଣି ବ୍ୟବସ୍ଥା ଦେଖି ଫେରିଛନ୍ତି। ତାଙ୍କସହ ବ୍ଲକର ସହକାରୀ ନିର୍ବାହୀଯନ୍ତ୍ର୍ୟ ଜଗବନ୍ଧୁ ଆଚାର୍ଯ୍ୟ, ତହସିଲଦାର ଆଶିଷ କୁମାର ପ୍ରଧାନ ଏବଂ କୋରନା ନିମନ୍ତେ ସ୍ୱତନ୍ତ୍ର ଭାବନିଯୁକ୍ତିପାଇଥିବା ନୋଡାଲ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଗଜପତି ଜିଲାର ମୋହନା ବ୍ଲକରେ କରନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲାପାଳ ଅନୁପମ ସାହା ଏହି ବ୍ଲକ କୁ ଗୁରୁତ୍ଵଦେଇ ପ୍ରତକ୍ଷ ତଦାରଖ କରୁଛନ୍ତି l ଅନ୍ୟପଟେ ଜିଲ୍ଲାର ଜଣେ ଜଣେ ବରିଷ୍ଠ ଜିଲା ସ୍ତରୀୟ ଅଧିକାରୀଙ୍କୁ ପଠାଇ ସେ ଅଞ୍ଚଳର ସମସ୍ୟା ନେଇ ଖବର ରଖୁଥିବା ଜଣାପଡିଛି।ଏହା ସହ ଜିଲାପାଳ ଅନୁପମ ଶାହା ମଧ୍ୟ ଅଚାନକ ମୋହନା ବ୍ଲକ ଗସ୍ତରେ ଆସି ବାରମ୍ବାର ସ୍ଵାସ୍ଥ୍ୟ କେନ୍ଦ୍ର ସହ ଅଧିକାରୀ ମାନଙ୍କ ସହ କରନା ସ୍ଥିତି ସମ୍ପର୍କରେ ସମୀକ୍ଷା କରୁଥିବା ଦେଖିବାକୁ ମିଳିଛି ।  (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version