ପ୍ରାଇଭେସି ପଲିସିକୁ ନେଇ ଜିଦ୍ଦିରେ ଅଟଳ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍

ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର ) ନୂଆଦିଲ୍ଲୀ :- ପ୍ରାଇଭେସି ପଲିସିକୁ ନେଇ ଜିଦ୍ଦିରେ ଅଟଳ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍ । ପ୍ରଥମେ ପ୍ରାଇଭେଟ୍ ପଲିସିକୁ ଏକ୍‌ସେପ୍ଟ ନକଲେ ହ୍ୱାଟ୍ସଆପ୍ ବନ୍ଦ ହୋଇଯିବ ବୋଲି କମ୍ପାନୀ କହିଥିଲା । ପଲିସି ଏକ୍‌ସେପ୍ଟ କରିବାର ଶେଷ ତାରିଖ ୧୫ ପର୍ଯ୍ୟନ୍ତ ରଖାଯାଇଥିଲା  । ପରେ ପୁଣି ମତ ବଦାଇଥିଲା ହ୍ୱାଟ୍ସଆପ୍ । କମ୍ପାନୀ ଭରତୀୟ ଅଧିକାରୀ କହିଥିଲେ ପିଲିସି ଗ୍ରହଣ ନକଲେ ବି ହ୍ୱାଟ୍ସଆପ୍ ଚାଲିବ । ହେଲେ ବାରମ୍ବାର ପଲିସି ଗ୍ରହଣ କରିବାକୁ ମେସେଜ୍ ପଠାଯିବ । ଆଉ ଆଜି ଡେଡ୍‌ ଲାଇନ୍‌ ସରୁଥିବାରୁ ପୁଣି କଥା ବଦଳାଇଛି ହ୍ୱାଟ୍ସଆପ୍ ।

ଯଦି ଗ୍ରାହକ ନୂଆ ପ୍ରାଇଭେସି ପଲିସିକୁ ଏକ୍‌ସେପ୍ଟ ନକରନ୍ତି ତେବେ ସେମାନଙ୍କ ହ୍ୱାଟ୍ସଆପ୍ ଆଉ ପୂର୍ବଭଳି କାର୍ଯ୍ୟକ୍ଷମ ହେବନି  । କେତେ ସାଧାରଣ ସୁବିଧା ଛଡ଼ା ଅନେକ ସୁବିଧା କାଢ଼ିନିଆଯିବ  । ପିଲିସି ଗ୍ରହଣ କରିନଥିବା ଗ୍ରାହକଙ୍କ ପାଇଁ ହ୍ୱାଟ୍ସଆପ୍ ଏକ ଡମି ଆପ୍ ହୋଇଯିବ ବୋଲି କମ୍ପାନୀ କହିଛି  । ବ୍ରିଟେନ୍‌ ଗଣମାଧ୍ୟମ ଗାର୍ଡିଆନ୍‌କୁ ପ୍ରତିକ୍ରିୟା ଦେଇ ଏପରି କହିଛି କମ୍ପାନୀ  । ପଲିସି ଗ୍ରହଣ କରି ନଥିବା ଗ୍ରାହକ ପ୍ରଥମେ ପ୍ରଥମେ ଭଏସ୍ କଲ୍ ଓ ଭିଡିଓ କଲ୍‌ ପାଇଁ ଅନୁମତି ମିଳିବ   । କିନ୍ତୁ ଚାଟ୍ ପାଇଁ ଅନୁମତି ମିଳିବନି । ଏହାପରେ ଧୀର ଧୀରେ ଏହି ସୁବିଧା ବି କାଢ଼ିନିଆଯିବ ବୋଲି କୁହାଯାଉଛି

Exit mobile version