ବାହାଘର ଭୋଜିରେ ଚଢାଉ ସହ ଜୋରିମାନା ଆଦାୟ ; ବାପା,ପୁଅ ଫେରାର – ଓଡ଼ଗାଁ

 ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ମେ,ଶନିବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଥିବା ବେଳେ ଆଜି ଓଡ଼ଗାଁ ବ୍ଲକ ଗୋଲଗାଁ ପଞ୍ଚାୟତର ଗୋଲଗାଁରେ ଏକ ବିବାହ ଭୋଜି ଚାଲିଥିବା ବେଳେ ଖବର ପାଇ ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର ,ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ ଓ ପୋଲିସ ମିଳିତ ଭାବେ ଚଢଉ କରିଥିଲେ । ଚଢାଉ ଦେଖି ବର ମନୋଜ ପାଇକରାୟ ଓ ତାଙ୍କ ବାପା ହରେକୃଷ୍ଣ ପାଇକରାୟ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

ତେବେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଆୟୋଜକ ରବୀନ୍ଦ୍ର ଘଡେ଼ଇଙ୍କଠାରୁ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରିବା ସହିତ ଭୋଜି ଆୟୋଜନ କୁ ସମ୍ପୂର୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଉକ୍ତ ଚଢଉ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ସୂଚନା ମିଳିଛି । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version