କୃଷକମାନଙ୍କ କଠିନ ପରିଶ୍ରମ ଓ ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁ କୋଭିଡ୍‌ ପରିସ୍ଥିତି ସତ୍ତେ୍ୱ କୃଷି ଉତ୍ପାଦନ ବୃଦ୍ଧି ପାଇଛି – ମନ୍ତ୍ରୀ ଶ୍ରୀ ସ୍ୱାଇଁ

ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର ) ଭୁବନେଶ୍ୱର :- ରାଜ୍ୟରେ ଲୋକମାନଙ୍କର ଖାଦ୍ୟସୁରକ୍ଷାକୁ ସୁନିଶ୍ଚିତ କରିବା ଓ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ କୃଷି ଓ କୃଷକମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଗତ ଏକ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି କୋଭିଡ୍‌-୧୯ ସ୍ଥିତି ଏବଂ ବର୍ତ୍ତମାନ କୋଭିଡ୍‌ର ଦ୍ୱିତୀୟ ଲହର ଯୋଗୁ ଉପୁଜିଥିବା କଠିନ ପରିସ୍ଥିତି ଓ ଲକ୍‌ଡାଉନ୍‌ ସମୟରେ ଅନ୍ୟସବୁ କ୍ଷେତ୍ରଗୁଡ଼ିକ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିବାବେଳେ କୃଷି କାର୍ଯ୍ୟ ଓ କୃଷି ଅଭିବୃଦ୍ଧି ହାର ସକରାତ୍ମକ ରହିଛି । ରାଜ୍ୟରେ ରେକର୍ଡ ପରିମାଣର ଧାନ ସଂଗ୍ରହ କରାଯାଇ ପାରିଛି ଏବଂ ଚଳିତ ଖରିଫ୍‌ରେ ମଧ୍ୟ ଭଲ ଫସଲ ଉତ୍ପାଦନର ଆଶା ରହିଛି । କୃଷକମାନଙ୍କ କଠିନ ପରିଶ୍ରମ ଓ ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆଜି ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍‌ ଆନୁକୂଲ୍ୟରେ ଆୟୋଜିତ ଏକ ରାଜ୍ୟସ୍ତରୀୟ େୱବିନାର୍‌ରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷକମାନଙ୍କୁ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇ କହିଲେ ଯେ ରାଜ୍ୟର ୬୬ ପ୍ରତିଶତରୁ ଊଦ୍ଧ୍ୱର୍ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କୃଷି କ୍ଷେତ୍ର ସହିତ ଜଡ଼ିତ ଥିବାରୁ ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶକୁ ପ୍ରାଥମିକତା ପ୍ରଦାନ କରିବା ସହିତ ଅନେକଗୁଡ଼ିଏ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ଯାହାର ଫଳସ୍ୱରୂପ ଧାନ ସମେତ ବିଭିନ୍ନ କୃଷି ଉତ୍ପାଦନ ରେ ଓଡ଼ିଶା ଆଜି ବଳକା ରାଜ୍ୟରେ ପରିଣତ ହୋଇପାରିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ ୍େୱ ର ରାଜ୍ୟ ସରକାର କୃଷକମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସଦାସର୍ବଦା ଚେଷ୍ଟିତ ।

ରାଜ୍ୟ ସରକାର ଚଳିତ ଖରିଫରେ ଚାଷ କାର୍ଯ୍ୟ ନିମନ୍ତେ ସମବାୟ ସଂସ୍ଥା ମାଧ୍ୟମରେ ୯୦୦୦ କୋଟି ଟଙ୍କାର ସ୍ୱଳ୍ପ ମିଆଦି ଫସଲ ଋଣ ଯୋଗାଇଦେବା  ପାଇଁ ବ୍ୟବସ୍ଥା କରିଛନ୍ତି । ଠିକ୍‌ ସମୟରେ ଋଣ ପରିଶୋଧ କରୁଥିବା ଚାଷୀମାନଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଶୂନ ପ୍ରତିଶତ ସୁଧହାରରେ ଯୋଗାଇ ଦିଆଯାଇଛି । ଏହା ସହିତ ରିହାତି ହାରରେ ଉନ୍ନତ ମାନର ବିହନ, ସାର ଓ କୀଟନାଶକ ଔଷଧ ଯୋଗାଣ କରୁଛନ୍ତି । ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସଫଳ ପ୍ରୟୋଗ ଯୋଗୁ ଧାନ ସଂଗ୍ରହରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଯୋଗଦାନ ଅହେତୁକ ବୃଦ୍ଧି ପାଇଛି । ଏଥି ସହିତ ବର୍ତ୍ତମାନ ରାଜ୍ୟରେ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ସମବାୟ ବିଭାଗ ରାଜ୍ୟର ଚାଷୀମାନଙ୍କ ମେରୁଦଣ୍ଡ ସ୍ୱରୂପ ଓ ଚାଷୀମାନଙ୍କ ନିକଟରେ ସବୁପ୍ରକାର ସେବା ଯୋଗାଇଦେବା ପାଇଁ ବିଭାଗ ବଦ୍ଧ ପରିକର ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଅକ୍ଷୟ ତୃତୀୟା ପୂର୍ବଦିନ କାଳିଆ ଯୋଜନାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୪୨ ଲକ୍ଷ ଚାଷୀଙ୍କୁ ୯୨୦ କୋଟି ଟଙ୍କାର ସହାୟତା ରାଶି ଯୋଗାଇ ଦେଇଥିବାରୁ ଚାଷୀଭାଇମାନେ ସମସ୍ତ କୋଭିଡ୍‌ ମାର୍ଗଦର୍ଶିକା ଅନୁପାଳନ କରି କୃଷି କାର୍ଯ୍ୟକୁ ଆଗେଇ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଛନ୍ତି । େୱବିନାରରେ ଯୋଗଦେଇ ଓସାମ୍‌ ବୋର୍ଡର ଉପଦେଷ୍ଟା ଶ୍ରୀ ରାମଚନ୍ଦ୍ର ପଣ୍ଡା ଚାଷୀ ଯେପରି ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇପାରିବ ସେଥି ନିମନ୍ତେ ବିପଣନ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ବୋଲି କହିଥିଲେ । ଇ-ନାମ୍‌ ଓ ମଣ୍ଡିର ଉନ୍ନତିକରଣ କାର୍ଯ୍ୟ କରାଯାଇଛି ଯେପରି ଚାଷୀମାନେ ସହଜରେ ଓ ଉଚିତ ମୂଲ୍ୟରେ ସେମାନଙ୍କର ଦ୍ରବ୍ୟ ବିକି୍ର କରିପାରିବେ ବୋଲି ଶ୍ରୀ ପଣ୍ଡା କହିଥିଲେ ।

କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌ ମୁଥୁକୁମାର କହିଲେ ଯେ ଧାନ ପାଇଁ ଅଧିକ ଜଳର ଆବଶ୍ୟକତା ଦୃଷ୍ଟିରୁ ଅଣଧାନ ଓ ଅଧିକ ଅର୍ଥକରୀ ଫସଲ, ଡାଲି, ତୈଳବୀଜ, ଚିନାବାଦାମ, କପା ଓ ରାଗି ଆଦି ଚାଷ ନିମନ୍ତେ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ଅଣଧାନ ଫସଲର ବିକି୍ରବଟା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି ବୋଲି ଡ. ମୁଥୁକୁମାର କହିଥିଲେ ।  େୱବିନାର୍‌ରେ ଭାଗନେଇ ଆନନ୍ଦସ୍ଥିତ ଭର୍ଗିଜ୍‌ କୁରିୟନ୍‌ ସେଣ୍ଟର ଫର ଏକ୍ସିଲେନ୍ସିର ପ୍ରଫେସର ଡ. ହରେକୃଷ୍ଣ ମିଶ୍ର କୃଷକର ମଙ୍ଗଳ ନିମନ୍ତେ ଆମର ପ୍ରତିବଦ୍ଧତା ରହିଥିବାବେଳେ ଅନୁକୂଳ କୃଷିନୀତି, ସୁଦୃଢ଼ ଭିତ୍ତିଭୂମି ଏବଂ ଉତ୍ତମ ପରିଚାଳନାର ଏକାଭିମୁଖିତାର ଆବଶ୍ୟକତା ରହିଛି ବୋଲି କହିଥିଲେ ।

େୱବିନାରରେ ନିବନ୍ଧକ, ସମବାୟ ସମିତି ସମୂହ ଶ୍ରୀ ସୁଶାନ୍ତ କୁମାର ବାରିକ ପ୍ୟାକ୍ସ ଓ ଲ୍ୟାମ୍ପସ୍‌ଗୁଡ଼ିକର କାର୍ଯ୍ୟଦକ୍ଷତା ଓ ସ୍ୱଚ୍ଛତା ବୃଦ୍ଧି ନିମନ୍ତେ କମ୍ପୁ୍ୟଟରାଇଜେସନ୍‌ ଓ ଡିଜିଟାଇଜେସନ୍‌ କରାଯାଉଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟି୍ରଜ୍‌ କର୍ପୋରେସନ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଦାନନ୍ଦ ନାୟକ ଏବଂ ମାର୍କଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ କୃଷି ଯାନ୍ତ୍ରିକୀକରଣ ଓ କୃଷି ସାମଗ୍ରୀ ଯୋଗାଣ ସଂପର୍କରେ ଆଲେ ।ଚନା କରିଥିଲେ । େୱବନି । ର ଟିକୁ ୟୁନିୟନ୍‌ର ପ୍ରଶାସକ ଶ୍ରମତୀ ଗାୟତ୍ରୀ ପଟ୍ଟନାୟକ ପରିଚାଳନା କରିଥିବାବେଳେ ଏଥିରେ ସମସ୍ତ ଡିଆର୍‌ସିଏସ୍‌, ଏଆର୍‌ସିଏସ୍‌, କୃଷକ ସଂଗଠନ, କୃଷକ ନେତା ଓ ଅଗ୍ରଣୀ କୃଷକମାନେ ଭାଗ ନେଇଥିଲେ ।

Exit mobile version