ପଦ୍ମପୁର ଗ୍ରାମ କୁ କଣ୍ଟେଣ୍ଟ ମେଣ୍ଟ ଜୋନ୍ ଘୋଷଣା କଲେ – ତହସିଲଦାର ପ୍ରଳୟ ନନ୍ଦ ଶତପଥୀ

ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର ) ନୂଆଗାଁ :- କରୋନା ମହାମାରୀ ର ଦ୍ଵିତୀୟ ଲହରୀ ଯୋଗୁଁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ବିଭିନ୍ନ ଗ୍ରାମରେ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି ।

ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖଣ୍ଡୁଗାଁ ପଞ୍ଚାୟତ ପଦ୍ମପୁର ଗ୍ରାମ ରେ ୧୫ ଜଣ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ର ଆଶଙ୍କା ରହିଛି । ଏଭଳି ପରିସ୍ଥିତି ରେ ଜନସାଧାରଣ ଙ୍କୁ କରୋନା ସଂକ୍ରମଣ ରୁ ସୁରକ୍ଷିତ ରଖିବା ପାଇଁ ନୂଆଗାଁ ତହସିଲଦାର ପ୍ରଳୟ ନନ୍ଦ ଶତପଥୀ ପଦ୍ମପୁର ଗ୍ରାମ କୁ କଣ୍ଟେଣ୍ଟ ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।     (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version