ସେବା ଚେରିଟେବୁଲ ଟ୍ରଷ୍ଟ ତରଫରୁ ପାଟଣାଗଡ଼ ଓ ବେଳପଡା ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସଂପର୍କୀୟ ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର ) ପାଟଣାଗଡ଼ :- କୋରେନା ମହାମାରୀ କୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ତରଫରୁ କିଛିଦିନ ହେବ ସପ୍ତାହନ୍ତ ସଟଡାଉନ ସହ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି । କୋଭିଡ-୧୯ ନିୟମ ପାଳନ ସହ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା କିଛି ଦୋକାନ କିଛି ସମୟ ଖୋଲା ରହୁଥିବାବେଳେ କେତେକ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିଛି । କୋଭିଡ କଟକଣା ଯୋଗୁଁ ହୋଟେଲ ,ଜଳଖିଆ ଦୋକାନ ବନ୍ଦ ଥିବାରୁ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିବା ରୋଗୀ ଓ ରୋଗୀ ସମ୍ପର୍କୀୟ ମାନେ କିଛି ମାତ୍ରାରେ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ।

ଏହା ଛଡା ସପ୍ତାହନ୍ତ ସଟଡାଉନ ଯୋଗୁଁ ସହରର ସବୁ ଦୋକାନ ଶନିବାର ଓ ରବିବାର ଦୁଇ ଦିନ ତାଲା ପଡୁଛି ।ଡାକ୍ତରଖାନା ଠାରୁ ପଡୋଶୀ ଗାଁ ମାନଙ୍କର ରୋଗୀ ମାନଙ୍କୁ ଖାଦ୍ୟ ଆଣିଦେବାରେ କିଛି ମାତ୍ରାରେ ସୁବିଧା ହେଉଥିବାବେଳେ ଦୂର ଦୁରାନ୍ତ ରୋଗୀ ମାନଙ୍କ ପାଇଁ ଘୋର ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି । ସପ୍ତାହନ୍ତ ସଟଡାଉନ କୁ ଦୃଷ୍ଟିରେ ରଖି ଓ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କ ଖାଇବା ସମସ୍ୟା ର ସୁବ୍ୟବସ୍ଥା କରିବା ପାଇଁ ବଲାଙ୍ଗୀର ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ସେବା ଚେରିଟେବୁଲ ଟ୍ରଷ୍ଟ ତରଫରୁ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଲୟ ଓ ବେଳପଡା ଡାକ୍ତରଖାନା ରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି ।

ଆଜିର ବଣ୍ଟନ କାର୍ଯ୍ୟକ୍ରମରେ ପାଟଣାଗଡ଼ ଡ଼ାକ୍ତରଖାନା ରେ ଟ୍ରଷ୍ଟ ସଭାପତି ସୁନୀଲ କୁମାର ସିଂ, ଉପସଭାପତି ଶ୍ରୀ ଗିରିରାଜ ଭୋଇ, ମରୁଆଁ ସରପଞ୍ଚ ଶ୍ରୀମତୀ ସନ୍ତୋସିନୀ ବିଶି,କୋଷାଧ୍ୟକ୍ଷ ଶ୍ରୀ ପ୍ରକାଶ ସିଂ, ମନବୋଧ ବରିହା,ସିଲୁ ସାହୁ, ରୀଙ୍କୁ ନାଗ, ସଂଗ୍ରାମ ବାହୁକ,ପ୍ରମୁଖ ବଣ୍ଟନ କରିଥିବାବେଳେ ସେହିପରି ବେଳପଡା ଡାକ୍ତରଖାନା ରେ ଟ୍ରଷ୍ଟ ସଦସ୍ୟ ବନମାଳୀ ନାଏକ, ସିପୁନ ଖମାରୀ, ଅଜିତ ସାହୁ, ଜିତୁ ନାଏକ, ହରିଷ ବୁଡେକ, ଜନାର୍ଦନ ସିଂ ରାକେଶ ବାହୁକ, ଚୈତନ୍ୟ ପୁଟେଲ ପ୍ରମୁଖ ବଣ୍ଟନ କରିଥିଲେ । ଏହି ରନ୍ଧା ଖାଦ୍ୟ ପ୍ରତ୍ୟେକ ଶନିବାର ଓ ରବିବାର ଦୁଇଦିନ ଲକଡାଉନ ଥିବା ପର୍ଯ୍ୟନ୍ତ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଟ୍ରଷ୍ଟ ଉପସଭାପତି ଶ୍ରୀ ଗିରିରାଜ ଭୋଇ ସୂଚନା ଦେଇଛନ୍ତି । ( ଗୋରେଖନାଥ ବରିହା )

Exit mobile version