ଆହାତ କୋଟରା କୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର – ଓଡ଼ଗାଁ

ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତ ଦଣ୍ଡୋର ହରିଜନ ସାହିରେ ଆଜି ସକାଳ ୯ଟା ସମୟରେ ଏକ ଆହତ କୋଟରା , ବାବାଜୀ ପୀତବାସ ଦାସଙ୍କ ବାଡ଼ିପଟ ଦେଇ ଘରଭିତରକୁ ପସିଯାଇଥିଲା ।

ବାବାଜୀ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଆହତ କୋଟରାକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ଓଡ଼ଗାଁ ବନ ବିଭାଗକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।ତେବେ କୋଟରା କେମିତି ଗାଁ ଭିତରକୁ ଆସିଲା ସେ ସମ୍ପର୍କରେ ବନବିଭାଗ ଅନୁସନ୍ଧାନ କରୁଥିବା ଜଣା ପଡ଼ିଛି। ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version