କରୋନା ଟିକା ଆମଦାନୀ ପାଇଁ ଜାରି ହେଲା ଗ୍ଲୋବାଲ ଟେଣ୍ଡର

ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର )ଭୂବନେଶ୍ୱର :- କରୋନା ଟିକା ଆମଦାନୀ ପାଇଁ ଜାରି ହେଲା ଗ୍ଲୋବାଲ ଟେଣ୍ଡର । ଗ୍ଲୋବାଲ ଟେଣ୍ଡର ଜାରି କଲା ରାଜ୍ୟ ଔଷଧ ନିଗମ । ଟିକା ପ୍ରସ୍ତୁତକାରୀ ଓ DCGI ଅନୁମୋଦିତ କମ୍ପାନୀ କରିବେ ଆବେଦନ । ୩ କୋଟି ୮୦ ଲକ୍ଷ ଡୋଜ୍‌ ପାଇଁ ବାହାରିଛି ଟେଣ୍ଡର। ମେ’ ୨୮ ତାରିଖ ସୁଦ୍ଧା ଅନ୍‌ଲାଇନରେ ଆବେଦନ କରିବେ କମ୍ପାନୀ ।

୨ରୁ ୮ ଡିଗ୍ରୀ ତାପମାତ୍ରାରେ ସୁରକ୍ଷିତ ରହି ପାରୁଥିବା ଟିକା କମ୍ପାନି ମାନେ ଏଥିପାଇଁ ଆବେଦନ କରିପାରିବେ । ଆସନ୍ତା ୨୦ ତାରିଖ ଦିନ ୧୧ଟାରୁ ଅନଲାଇନ୍‌ ଟେଣ୍ଡର ଆରମ୍ଭ ହେବା ସହ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୮ ତାରିଖ ପରେ ଖୋଲିବ ଟେଣ୍ଡର । ମାସେ ଭିତରେ ଦେବାକୁ ହେବ ୭୫ ଲକ୍ଷ ଡୋଜ୍‌ । ୪ ମାସ ଭିତରେ ସମସ୍ତ ଟିକା ଦେବାକୁ ସର୍ତ୍ତ ରହିଛି । ସର୍ତ୍ତ ଖିଲାପ କଲେ ଟେଣ୍ଡର ବାତିଲ୍‌ ହେବ । ୩୦ ପ୍ରତିଶତ ଆଗୁଆ ଟଙ୍କା ଦେବ ଔଷଧ ନିଗମ । ଧାର୍ଯ୍ୟ ଦରରେ ପରିବର୍ତ୍ତନ କରିପାରିବେ ନାହିଁ ଟିକା କମ୍ପାନୀ । ଟିକା ପାଇବାର ୨ ଦିନ ମଧ୍ୟରେ ଶତ ପ୍ରତିଶତ ଟଙ୍କା କମ୍ପାନିକୁ ଦିଆଯିବ (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )

Exit mobile version