ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର ତା-6.3.2020 :- ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୨୦୨୦ ଆଫ୍ରିକା ଟ୍ୱିନ୍ ଆଡ୍ଭେଂଚର ସ୍ପୋର୍ଟସ୍ ବାଇକ୍ର ବିଏସ୍-୬ ମଡେଲ୍କୁ ଉନ୍ମୋଚନ କରାଯାଇଛି । ୨୦୨୦ ଡାକାର ର୍ୟାଲିର ବିଶ୍ୱ ଚାମ୍ପିଆନ୍ ରିକି ବ୍ରାବେକ୍ଙ୍କ ଦ୍ୱାରା ଆଜି ଏହି ବାଇକ୍ର ଉଭୟ ମାନୁଆଲ ଓ ଡିସିଟି ଟ୍ରାନ୍ସମିସନ୍ ଭାରିଆଂଟ୍ ଉନ୍ମୋଚିତ ହୋଇଛି । ବ୍ରାବେକ୍ଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ । ସେ ଗତ ଜାନୁଆରିରେ ପ୍ରଥମ ଆମେରୀକିୟ ଚାଳକ ଭାବେ ଡାକାର ର୍ୟାଲି ଜିତିବାର ସୌଭାଗ୍ୟ ହାସଲ କରିଛନ୍ତି । ଆଫ୍ରିକା ଟ୍ୱିନ୍ର ବିଏସ୍-୬ ମଡେଲ୍ ସଂକ୍ରାନ୍ତରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ସଭାପତି, ସିଇଓ ଓ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ମିନୁରୋ କାଟୋ କହିଛନ୍ତି ଯେ, “ପ୍ରିମିୟମ ମୋଟରସାଇକଲ୍ ବ୍ୟବସାୟରେ ହୋଣ୍ଡା ଆଜି ବିଏସ୍-୬ ଯୁଗ ଆରମ୍ଭ କରିଛି । ରୋମାଂଚର ବିଶ୍ୱ ଚାମ୍ପିଆନ୍ ରିକି ବ୍ରାବେକ୍ (୨୦୨୦ ଡାକାର ର୍ୟାଲିର ବିଶ୍ୱ ଚାମ୍ପିଆନ୍)ଙ୍କୁ ଭାରତକୁ ଆଣି ଆମେ ବହୁତ ଖୁୂସି । ଆମର ବିଶ୍ୱାସ ରହିଛି ଯେ ୨୦୨୦ ଆଫ୍ରିକା ଟ୍ୱିନ୍ ରୋମାଂଚକୁ ପରବର୍ତୀ ସ୍ତରକୁ ନେବ । ଆଗାମୀ ଦିନରେ ବିଗ୍ ୱିଙ୍ଗ୍ (ହୋଣ୍ଡାର ପ୍ରିମିୟମ୍ ମୋଟରସାଇକଲ୍ ବ୍ୟବସାୟ)ରୁ ବହୁତ କିଛି ଆଶା କରୁଛୁ ।’’ ଆଫ୍ରିକା ଟ୍ୱିନ୍ ଆଡ୍ଭେଂଚର ସ୍ପୋର୍ଟସ୍ର ବୁକିଙ୍ଗ ସଂକ୍ରାନ୍ତରେ ଘୋଷଣା କରି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ବରିଷ୍ଠ ଉପସଭାପତି-ବିକ୍ରି ଓ ମାର୍କେଟିଂ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, “୨୦୧୭ରେ ଭାରତରେ ପ୍ରଥମେ ଉନ୍ମୋଚିତ ହେବା ପରଠାରୁ ଆଫ୍ରିକା ଟ୍ୱିନ୍ ୨୦୦ରୁ ଅଧିକ ରୋମାଂଚ ପ୍ରେମୀଙ୍କ ପସନ୍ଦ ପାଲଟିଛି । ସମ୍ପୂର୍ଣ୍ଣ ନୂଆ ୨୦୨୦ ଆଫ୍ରିକା ଟ୍ୱିନ୍ରେ ରହିଛି ବିପୁଳ ଶକ୍ତି ଯାହାକୁ ରୋମାଂଚ ପ୍ରେମୀମାନେ ପସନ୍ଦ କରୁଛନ୍ତି । ସିଧାସଳଖ ଭାବେ କହିଲେ ନୂଆ ଫ୍ରେମ୍, ନୂଆ ବଡ଼ ଇଂଜିନ, ଅଧିକ ଶକ୍ତି ଏବଂ ଶ୍ରେଷ୍ଠ ଟର୍କ, ନୂଆ ଇଲେକ୍ଟ୍ରୋନିକ୍ସ, ନୂଆ ସସ୍ପେନ୍ସନ୍ ଭଳି ସୁବିଧା ଏଥିରେ ରହିଛି । ଆଫ୍ରିକା ଟ୍ୱିନ୍ର ବିଏସ୍-୬ ମଡେଲ୍ର ଉଭୟ ଡିସିଟି ଓ ମାନୁଆଲ ଭାରିଆଂଟ୍ର ବୁକିଙ୍ଗ ଆଜିଠାରୁ ଆରମ୍ଭ ହୋଇଛି ।’’ ୨୦୨୦ ଆଫ୍ରିକା ଟ୍ୱିନ୍ ଆଡ୍ଭେଂଚର ସ୍ପୋର୍ଟସ୍ର ବିଏସ୍-୬ ମଡେଲ୍ର ଏକ୍ସ ସୋ’ରୁମ୍ ଦାମ୍ ୧୫.୩୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି । ଏହା ପର୍ଲ ଗ୍ଲେୟାର ହ୍ୱାଇଟ୍ ଓ ଡାର୍କନେସ୍ ବ୍ଲାକ୍ ମେଟାଲିକ୍ ରଙ୍ଗରେ ଏହା ଉପଲବ୍ଧ ହେଉଛି ।
ହୋଣ୍ଡା ପକ୍ଷରୁ ୨୦୨୦ ଆଫ୍ରିକା ଟ୍ୱିନ୍ ଆଡ୍ଭେଂଚର ସ୍ପୋର୍ଟସ୍ ଭାରତରେ ଉନ୍ମୋଚିତ, ମୂଲ୍ୟ ୧୫.୩୫ ଲକ୍ଷ ଟଙ୍କା

- Categories: Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
Related Content
ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
June 18, 2026
କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
by
Proprietor Abhimanyu Maharana
June 18, 2026
ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକା ଯାଉଛି ଓଡ଼ିଶାରେ, ଏଇ ବିଷୟ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କଲେ ବିଧାୟକ
by
Proprietor Abhimanyu Maharana
June 18, 2026
ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରାମସାଗର ର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ଉପସ୍ଥିତି ରେ ସମୀକ୍ଷା କଲେ ବିଧାୟକ
by
Proprietor Abhimanyu Maharana
June 18, 2026
୭୮ ଦିନର ଅବିରତ ପଦଯାତ୍ରା ଭିଆଇପି ଦର୍ଶନ ପ୍ରୋଟୋକଲ ଦର୍ଶନ ଓ ଟଙ୍କା ଦେଇ ଦର୍ଶନ ବନ୍ଦ କର ପୁରୀବାସୀଙ୍କ ପାଇଁ ଗୋଟିଏ ଦ୍ବାର ଖୋଲ
by
Proprietor Abhimanyu Maharana
June 18, 2026
ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ
by
Proprietor Abhimanyu Maharana
June 18, 2026