ଜନମଞ୍ଚ ସିଭିଲ ସୋସାଇଟି ତରଫରୁ ଗରିବ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ (୧୪ ମେ ଶୁକ୍ରବାର) ପାଟଣାଗଡ଼ :- ବର୍ତ୍ତମାନ ସାରା ଦେଶରେ ତଥା ରାଜ୍ୟ ରେ କରୋନା ସ୍ଥିତ ଭୟଂକର ହୋଇସାରିଲାଣି ତାକୁ ଦୃଷ୍ଟି ରେ ରଖି ସରକାର ଙ୍କ ପକ୍ଷରୁ ସଟ୍ ଡାଉନ୍ ଏବଂ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଗରିବ ଲୋକମାନଙ୍କ ରୋଜଗାର ପୁରା ଠପ୍ ହୋଇଯାଇଛି । ତେବେ ଏହି ମହାମାରୀ ବିପତ୍ତି ସମୟରେ ଗରିବ ପରିବାର ମାନଙ୍କୁ ଅସହାୟ ର ସାଥୀ ପାଲଟିଛି ପାଟଣାଗଡ଼ ଜନମଞ୍ଚ ସିଭିଲ ସୋସାଇଟି ସଂଗଠନ ।

ସଂଗଠନ ର ପ୍ରତିକ ନାଏକ ଙ୍କ ନେତୃତ୍ବରେ ଗତକାଲି ରାତିରେ ପାଟଣାଗଡ଼ ସ୍ଥିତ ଭାଟିଶାଲ ପଡା ଠାରେ ଗରିବ ପରିବାର ମାନଙ୍କୁ ଚିହ୍ନଟ କରି ଚାଉଳ ଡାଲି ,ତେଲ ,ଲୁଣ , ପନିପରିବା , ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ରେ ବଣ୍ଟି ,କୁନାଲ , ମୟୁର ,ଲିପୁ ,ବିହାରି ପ୍ରମୁଖ ଉପସ୍ଥିତ ଥିଲେ । (ପାଟଣାଗଡ଼/ଗୋରେଖନାଥ ବରିହା)

Exit mobile version