ଓଡିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି

ଓଡ଼ିଶା ତାଜା ନ୍ୟୁଜ (୧୪ ମେ ଶୁକ୍ରବାର) ଭୁବନେଶ୍ୱର :- ଓଡିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଭାରତର ବିପଦଜନକ ଷ୍ଟ୍ରେନ୍‌କୁ ଓଡିଶାରେ ଠାବ କରାଯାଇଛି । ଗତ କିଛି ଦିନ ଧରି ସଂକ୍ରମଣ ଦୈନିକ ୧୦ ହଜାର ଉପରେ ରହିଛି । ଏହି ସମୟରେ ସମସ୍ତେ ସତର୍କ ହେବା ପାଇଁ ପରାମର୍ଶ ଦିଆଯାଇଛି । ଏପରିକି ଲକ୍‌ଡାଉନ୍‌କୁ କଡାକଡି ଭାବେ ପାଳନ କରିବା ପାଇଁ କୁହାଯାଇଛି ।

ଏବେ ଦ୍ୱିତୀୟ ଲହରୀରେ ସ୍ୱାସ୍ଥ୍ୟ ବିଭାଗ ଆଡଭାଇଜରି ଜାରି କରିଛି ।  ଶିଶୁମାନଙ୍କ ପାଇଁ ମଧ୍ୟ ଆଡ୍‌ଭାଇ୍‌ରୀରେ ପରାମର୍ଶ ଦିଯାଇଛି । ଏଥିରେ ଗର୍ଭବତୀ ଏବଂ ଶିଶୁମାନଙ୍କର ଟିକାକରଣ ଜାରି ରହିବ ବୋଲି କୁହାଯାଇଛି । ଏହା ସହ ଶିଶୁମାନଙ୍କ ସଂକ୍ରମତ ନହେବା ପାଇଁ ଅଧିକ ଧ୍ୟାନ ଦେବାକୁ କୁହାଯାଇଛି । ୨ ବର୍ଷରୁ ଅଧିକ ଶିଶୁଙ୍କୁ ବାହାରକୁ ନେବା ବେଳ ମାସ୍କ ପିନ୍ଧାଇବା ସହ ସତର୍କ ରହିବା ପାଇଁ କୁହାଯାଇଛି ।

ଏହି ସମୟରେ ଗର୍ଭବତୀ ଏବଂ ଶିଶୁଙ୍କର ମାସିକ ଟିକା କରଣ ଜାରି ରହିବ ବୋଲି କୁହାଯାଇଛି । ଝାଡା, ବାନ୍ତି , ପେଟରେ ଯନ୍ତ୍ରଣା, ଥଣ୍ଡା, କଫ, ଜର, ତଣ୍ଟି ଦରଜ, କାଶ ସ୍ୱାଦ ଓ ଗନ୍ଧ ଜାଣି ନପାରିବା ପରି ଲକ୍ଷଣ ଦେଖାଗଲେ ତୁରନ୍ତ କୋଭିଡ୍‌ ଟେଷ୍ଟ କରିବା ସହ ଆଇସୋଲେସନ୍‌ରେ ରହିବା ପାଇଁ କୁହାଯାଇଛି । ହାତକୁ ବାରମ୍ବାର ସାନିଟାଇଜ୍‌ କରିବା । ହାତରୁ ୨୦ ସେକେଣ୍ଟ ପରିବର୍ତ୍ତେ ୪୦ ସେକଣ୍ଡ ପର୍ଯ୍ୟନ୍ତ ଧୋଇବା ପାଇଁ କୁହାଯାଇଛି ।   (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)

Exit mobile version