ବନ୍ୟପ୍ରାଣୀ ବରାହର ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

 ଓଡ଼ିଶା ତାଜା ନ୍ୟୁଜ ( ୧୪ ମେ ଶୁକ୍ରବାର) କଳାହାଣ୍ଡି :- ବିଶ୍ଵନାଥପୁର ବନାଞ୍ଚଳ ଅଧିନ ବୋରି ଜଙ୍ଗଲରୁ ଏକ ମୃତ ବରାହ ଉଦ୍ଧାର କରାଯାଇଛି। କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ମୂଷାନାଳ ସେକ୍ସନ କାନକେରୀ ଗାଁ ନିକଟରେ ମୃତ ବରାହଟି ଉଦ୍ଧାର ହୋଇଥିବା ବନ ବିଭାଗ କର୍ମଚାରୀ ମାନେ ପ୍ରକାଶ କରିଛନ୍ତି । ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ଲକ୍ଷ୍ୟ ମହାନନ୍ଦଙ୍କ ନିଦ୍ଧେର୍ଶ କ୍ରମେ ବନବିଭାଗ

କର୍ମଚାରୀ ବରାହର ମୃତ ଶରୀରକୁ ବିଶ୍ୱନାଥପୁର ପ୍ରାଣୀ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇ ଶବଟିକୁ ମାଟିରେ ପୋତି ଦେଇଥିଲେ । କେଉଁ କାରଣରୁ ବରାହର ମୃତ୍ୟୁ ଘଟିଥିଲା ତାହା ଅସ୍ପଷ୍ଟ ଥିବା ବେଳେ ବନାଞ୍ଚଳ ଅଧିକାରୀ ଏହାର ତଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି।(ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version