ବାଙ୍କୀ ଉପଖଣ୍ଡରେ୨୪୪ ଜଣଙ୍କ ସ୍ୱାବସଂଗ୍ରହ  ୩୪ଜଣ କରୋନା ପଜିଟିଭ୍ ଚିହ୍ନଟ – ଜଣେ ମୃତ

 ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ବାଙ୍କୀ :-  ବାଙ୍କୀ ଉପଖଣ୍ଡ ର  ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ଓ ସୁବର୍ଣ୍ଣପୁର,ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ୧୫୦ ଜଣଙ୍କ ଠାରୁ  ଆଣ୍ଟିଜେନ୍ ଓ ୯୪  ଜଣଙ୍କ ଠାରୁ  ଆର୍ଟିପିିସିଆର ସ୍ୱାବ୍ ସଂଗ୍ରହ କରାଯାଇ ଥିଲା ସମୁଦାୟ୨୪୪ ଜଣଙ୍କ ଠାରୁ  ସ୍ୱାବ ସଂଗ୍ରହ କରାଯାଇ ୩୪   ଜଣ କରୋନା ପଜିଟିଭ୍ ଚିହ୍ନଟ,ଜଣେ ୮୭ ବର୍ଷୀୟା ବୃଦ୍ଧା ଙ୍କ ଆଜି  କରୋନା ରେ  ମୃତ୍ୟୁ ଘଟିଥିଲା   । ଆଜି ବାଙ୍କୀ ଉପଖଣ୍ଡ ଚିିକିତ୍ସାଳୟରେ ୫୦ ଜଣଙ୍କ ଠାରୁ ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା  ସେଥିମଧ୍ୟରୁ  ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସ୍ୱାସ୍ଥ୍ୟ କେନ୍ଦ୍ରରେ  ୪୧ ଜଣଙ୍କ ଠାରୁ ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇପରୀକ୍ଷା ପାଇଁ କଟକ ପରୀକ୍ଷା ପାଇଁ ପଠାଯାଇଥିଲା  ।  ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୯ ଜଣଙ୍କର ଆଣ୍ଟିଜେନ ସ୍ୱାବ  ସଂଗ୍ରହ କରାଯାଇପରୀକ୍ଷା କରାଯାଇଥିଲା  ସେଥିମଧ୍ୟରୁ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଓ ୩୩ ଜଣଙ୍କର ଆର୍ଟିପିସିଆର୍ ସ୍ୱାବ୍ ସଂଗ୍ରହ କରାଯାଇ  ପରୀକ୍ଷା ପାଇଁ କଟକ ପଠାଯାଇ ଥିଲା ।

ସେହିପରି  ସୁବର୍ଣ୍ଣପୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ  ଉପ ସ୍ୱାସ୍ଥ୍ୟ କେନ୍ଦ୍ର  ଠାରେ ୨୦ ଜଣଙ୍କର ଠାରୁ ଆର୍ଟିପିସିଆର ସ୍ୱାବ ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଥିଲା ଓ ୮୧ ଜଣଙ୍କଠାରୁ  ଆଣ୍ଟିଜେନ୍ ସ୍ୱାବ୍ ସଂଗ୍ରହ  କରାଯାଇପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଡମପଡା ବ୍ଲକ ର ଗୟଳ ବାଙ୍କ ଗ୍ରାମର ୮୭ ବର୍ଷୀୟା ମହିଳା ଙ୍କ କରୋନା  ରେ ପୀଡିତ ହୋଇ   ମୃତ୍ୟୁ ଘଟିଥିଲା ।(ରିପୋର୍ଟ – ଗୌତମ ମିଶ୍ର )

Exit mobile version