ଅଂଶୁପା ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ  ଉପଖଣ୍ଡ ଚିକିତ୍ସାଳୟରେ କରୋନା ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ

 ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ବାଙ୍କୀ :-  କରୋନା ମହାମାରୀ ସମୟରେ ବାଙ୍କୀ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଅଂଶୁପା ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ ରୋଗୀ ଓ କର୍ମଚାରୀମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ  ବିକାଶ ମଞ୍ଚ ସଭାପତି ଅରୁପ ବେହେରା, ଉପସଭାପତି ପିଣ୍ଟୁ ପରିଡା, ସଂପାଦକ ଅଜୟ କୁମାର ରାଉତ ପ୍ରମୁଖ ଯୋଗଦେଇ ରୋଗୀମାନଙ୍କୁ କରୋନା ସଚେତନତା କରିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । (ରିପୋର୍ଟ – ଗୌତମ ମିଶ୍ର )

Exit mobile version