ବଜ୍ରାଘାତରେ ଗୋପାଳଙ୍କ ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ହିଞ୍ଜିଳିକାଟୁ :- ଗୁରୁଵାର ଅପରାହ୍ନ ପ୍ରାୟ ୩ ଘଣ୍ଟ ସମୟରେ ସ୍ଥାନୀୟ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଘଟି ଜଣେ ଗୋପାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ପୁରୁଷୋତ୍ତମପୁର ଥାନା ଜାମୁନୀ ଗ୍ରାମ ଖଣ୍ଡିଆ ସାହି ବାସିନ୍ଦା ସୂର୍ଯ୍ୟ ମହାଙ୍କୁଡ (୪୬) । କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ସାଙ୍ଗକୁ ଆକାଶରେ ବିଜୁଳି ଚମକିଥିଲା । ସଂପୃକ୍ତ ସମୟରେ ଜଣେ ଗୋପାଳକ ଗାଇ, ମଇଁଷି ନେଇ ଗ୍ରାମ ନିକଟସ୍ଥ ବିଲରେ ଚରାଉଥିଲେ । ସେହି ସମୟରେ ବଜ୍ରାଘାତ ଘଟିବାରୁ ଗୋପାଳକ ଜଣକ ଗୁରୁତର ହୋଇ ବିଲ ମଧ୍ୟରେ ଚେତାଶୂନ୍ୟ ହୋଇ ଟଳି ପଡ଼ିଥିଲେ ।

ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଗୁରୁତର ଆହତଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡ଼ାକ୍ତରଖାନାରେ ସଂପୃକ୍ତ ଗୋପାଳଙ୍କୁ, ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ପୁରୁଷୋତ୍ତମପୁର ଥାନାରେ ନଂ ୬/୨୧ରେଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରିଛି । ଶୁକ୍ରବାର ସଂପୃକ୍ତ ଗୋପାଳଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପୁରୁଷୋତ୍ତମପୁର ଡାକ୍ତରଖାନାକୁ ପଠାଯିବ ବୋଲି ପୁରୁଷୋତ୍ତମପୁର ଥାନା ଭାରପ୍ରାପ୍ତ ଅଧିକାରୀ ଜଗନ୍ନାଥ ମଲ୍ଲିକ କହିଛନ୍ତି ।

( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version