ଉପଜିଲ୍ଲାପାଳ ସହାୟତାରେ କରୋନା ଆକ୍ରାନ୍ତ ଙ୍କ ଜୁଇ ଜଳିଲା 

ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ବାଙ୍କୀ :- ରାଜ୍ୟ ସରକାର ବାରମ୍ବାର ସଚେତନତା ମାଧ୍ୟମରେ ରେ ଜନସାଧାରଣ ଙ୍କୁ ଅବଗତ କରାଉ ଛନ୍ତି କରୋନା କୁ ଘୃଣା କର ମାତ୍ର କରୋନା  ଆକ୍ରାନ୍ତ ଙ୍କୁ ନୁହେଁ  । ମାତ୍ର ଆଜିର ସଭ୍ୟ ସମାଜରେ ବାଙ୍କୀ ରେ ଏପରି ଅଭାବନିୟ କାଣ୍ଡ ଘଟିଛି । ଆଜି ଡମପଡା ବ୍ଲକ ଅନ୍ତର୍ଗତ ଭାଗୀପୁର ପଞ୍ଚାୟତ ର ଗୟଳବାଙ୍କ ଗ୍ରାମର ମାଳତୀ ସିଂ(୮୭)ବର୍ଷ ଙ୍କ ନିଜ ବାସ ଗୃହରେ ପରଲୋକ ଘଟିଥିଲା ।ଗତ ୬ ତାରିଖରେ ତାଙ୍କର ସ୍ୱାସ୍ଥ୍ୟ ଗତ ସମସ୍ୟା ହେବାରୁ କଟକ ବଡ ମେଡିକାଲ ଚିକିତ୍ସା ପାଇଁ ଯାଇ ଥିଲେ ସେଠାରେ ତାଙ୍କର କରୋନା  ଚିହ୍ନଟ ପରେ ଚିକିତ୍ସିତ ହେଇ ନିଜ ଘରକୁ ଫେରି ଥିଲେ। ଗତ୬ଦିନ ତଳେ ତାଙ୍କର ପୁତ୍ର ଦିବାକର ସିଂ ର କରୋନା ରେ ମୃତ୍ୟୁ ହୋଇଥିଲା ।  

ଆଜି ତାଙ୍କର ମୃତ୍ୟୁ ହେବାରୁ ଗ୍ରାମର କୌଣସି ଲୋକ ଶବ ଉଠାଇ ନଥିଲେ ଶବ ଘଣ୍ଟା ଘଣ୍ଟା ଧରି ପଡି ରହିବାରୁ ଗ୍ରାମ ର କୌଣସି ଲୋକ ସେଥିପ୍ରତି ଧ୍ୟାନ ଦେଇନଥିଲେ। ଏ ସମ୍ପର୍କରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଖବର ପାଇ  ତୁରନ୍ତ ଡମପଡା  ତହସିଲଦାର କ୍ଷୀତିସ ବେହେରା ଓଡମପଡା ବିଡ଼ିଓ ଆର୍ତ୍ତବନ୍ଧୁ ଲେଙ୍କା ଙ୍କୁ ସଙ୍ଗ ରେ ନେଇ ଘଟଣା ସ୍ଥଳରେ ପହଞ୍ଚି ନିଜସ୍ୱ ତତ୍ୱାବଧାନରେ ଶବ ସତ୍କାର ଗ୍ରାମପାଖ ସଂସାନ ଠାରୁ କିଛି ଦୂରରେ ତାଙ୍କର ଶବ ଦାହ କରାଇ ଥିଲେ।ପ୍ରଶାସନ ର ଏପରି କାର୍ଯ୍ୟ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଏହାପୂର୍ବରୁ  ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନକୁମାର ଜେନା ଡମପଡା ବ୍ଲକ ର ହଇରାଜପୁର ର ଜଣେ ମହିଳା  ୧୦ ଘଣ୍ଟା ଗ୍ରାମରେ ପଡିରହିଥିଲା  ଗ୍ରାମଲୋକ  ମୃତକ କୋଭିଡି ରେମୃତ୍ୟୁ ହୋଇଥିବା   ସନ୍ଦେହରେ ପାଖ ମାଡି ନଥିଲେ ମାତ୍ର ଉପଜିଲ୍ଲାପାଳ ଶ୍ରୀ ଜେନା  ସାମାଜିକ କର୍ମୀ ଓ ପ୍ରଶାସନ ସହଯୋଗରେ  ଉକ୍ତ ମହିଳାର ଶବ ଆମ୍ବୁଲାନ୍ସ ଯୋଗେ କଟକ ନେଇ ସତୀଚଉରାରେ  ଦାହ କରେଇ ଥିଲେ।ଉପଜିଲ୍ଲାପାଳ ଙ୍କ ଏତାଦୃଶ କାର୍ଯ୍ୟ ଓ ନିଜ ଦାଇତ୍ୱ ପ୍ରତି ନିଷ୍ଠା ବସ୍ତବିକ ପ୍ରଶଂସନୀୟ।ବାଙ୍କୀ ର ବିଭିନ୍ନ ମହଲରେ ଉପଜିଲ୍ଲାପାଳ ଙ୍କୁ ପ୍ରଶଂସା କରାଯାଇଛି। (ରିପୋର୍ଟ – ଗୌତମ ମିଶ୍ର)

 

Exit mobile version