ନିର୍ମାଣଧିନ ଫାର୍ମ ହାଉସ ପରିସରରେ ପଡ଼ିଛି ଆଦିବାସୀ ମହିଳାଙ୍କ ମୃତ ଦେହ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ପାରଳାଖେମୁଣ୍ଡି  :-ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ନରହରିପୁର ଗ୍ରାମ ନିକଟରେ ଥିବା ଏକ ନିର୍ମାଣଧିନ ଏକ ଫାର୍ମ ହାଉସ ପରିସରରେ ଏକ ଆଦିବାସୀ ମହିଳାଙ୍କ ମୃତ ଦେହ ପଡ଼ି ରହିଥିବା ଖବର ପାଇ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୃତ ମହିଳା ଜଣଙ୍କ ନାଁ ହେଲା ଅମ୍ବିକା ଶବର ପ୍ରାୟ୩୫ବର୍ଷ ହେବ ଘର ହେଉଛି ଗଜପତି ଜିଲ୍ଲାର ସେରଙ୍ଗଥାନା ଅନ୍ତର୍ଗତ ତୁମୁଳ ଗ୍ରାମରେ l ସେ ପୁର୍ବରୁ ବିବାହିତ ଥିଲେ l କୌଣସି କାରଣ ଜାଗୁ ୨୦୧୫ ମସିହାରେ ସ୍ଵାମୀ ସ୍ତ୍ରୀ ଙ୍କ ଛାଡ଼ପତ୍ର ହୋଈ ଯାଇଛି ବୋଲି ଥାନାଧିକାରୀ ବିବେକାନନ୍ଦ ସ୍ବାଇଁ ଆମ ପର୍ତିନିଧି ଙ୍କୁ କହିଛନ୍ତି l

ଘଟଣାସ୍ଥଳରେ ଗଜପତି ଜିଲ୍ଲା ପୋଲିସ ବିଭାଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବି.ଡି.ସିଂହ ଓ ଡିଏସପି ଆର.କେ ଦାସ ପ୍ରମୁଖ ପହଞ୍ଚି ମୃତ ମହିଳାଙ୍କ ଶରୀରକୁ ଦେଖି ଏହା ଏକ ସୁପରିକଳ୍ପିତ ହତ୍ୟକାଣ୍ଡ ବୋଲି ପ୍ରାଥମିକ ତଦନ୍ତରୁ ସେ ସନ୍ଦେହ କରୁଛନ୍ତି ବୋଲି କହିଥିଲେ l ମୃତ ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ମରା ଯାଇଥିବା ଦାଗ ରହିଛି ଏବଂ ମହିଳାଙ୍କମୃତ ଦେହ ନିକଟରେ ରକ୍ତ ଛିଟିକା ପଡ଼ିଥିବା ଦେଖି ବାକୁ ମିଳିଛି l ଛତ୍ରପୁରରୁ ଫରେନ୍ସିକ୍ ଟିମ ଆସି ତଦନ୍ତ କରି ଯିବାପରେ ମହିଳାଙ୍କ ମୃତଦେହ କୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଥାନାଧିକାରୀ ଶ୍ରୀ ସ୍ବାଇଁ କହିଛନ୍ତି l ଛତ୍ରପୁରରୁ ଫରେନ୍ସିକ ଟିମ୍ ସନ୍ଧ୍ୟା ୫ଟାରେ ପାରଳାଖେମୁଣ୍ଡି ରେ ପହଞ୍ଚିବା ସମ୍ଭାବନାରହିଛି ବୋଲି ଥାନାଧିକାରୀ ଶ୍ରୀ ସ୍ବାଇଁ କହିଛନ୍ତି l   (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version