ଗନ୍ଦିଆ ବ୍ଲକ ବିଜୟ ନଗର ଓ ଚିତ୍ତଲପୁର ଗ୍ରାମ ଆସନ୍ତା ୭୨ ଘଣ୍ଟା ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ଜିଲ୍ଲାପାଳଙ୍କ ଘୋଷଣା, ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ଢେଙ୍କାନାଳ :- ଜିଲ୍ଲା ଗନ୍ଦିଆ ବ୍ଲକ ମନ୍ଦାର ପଞ୍ଚାୟତର ବିଜୟ ନଗର ଓ ଚିତ୍ତଲପୁର ଗ୍ରାମରୁ ଗତକାଲି ଏକକାଳୀନ ୧୦ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେଇଥିଲା। ଏହାକୁ ଦେଖି ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଉକ୍ତ ପଞ୍ଚାୟତର ମାଧବ ସାହୁଙ୍କ ଘରଠାରୁ ଭାୟା ଧରଣି ବାରିକ ଘର ଦେଇ

ଅଲେଖ ସେନାପତି ଘର ପର୍ଯ୍ୟନ୍ତ, ବନମାଳୀ ମଲ୍ଲିକ ଘରଠୁ ମାଧବ ସାହୁଙ୍କ ଘର ଏବଂ ଅଲେଖ ସେନାପତିଙ୍କ ଘରଠାରୁ ବନମାଳୀ ମଲ୍ଲିକଙ୍କ ଘର ପର୍ଯ୍ୟନ୍ତ ଆସନ୍ତା ୭୨ ଘଣ୍ଟା ତଥା ତା ୧୬/୫/୨୦୨୧ ରିଖ ସକାଳ ୭ଟା ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତି।   (ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।

Exit mobile version