ନିମ୍ନ ମାନର କାର୍ଯ୍ୟ ଯୋଗୁ ଅସରାଏ ବର୍ଷାରେ ଯାତାୟତ ଠପ୍ ; ଆନ୍ଦୋଳନର ଚେତାବନୀ ଦେଲେ ଗ୍ରାମବାସୀ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ଢେଙ୍କାନାଳ :- ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ପଞ୍ଚାୟତ ଅନ୍ତର୍ଗତ ପାଟପୁର ଗ୍ରାମ ନିକଟସ୍ଥ ଡମଶାଳ ନଦୀ ସଲଗ୍ନ ବିଜୁ ସେତୁ ଅନେକ ଦିନ ଧରି ନିର୍ମାଣ ହୋଇସାରିଥିଲେ ସୁଧା ସେତୁ କୁ ସଞ୍ଜୋଗ କରାଯିବାର କୌଣସି ସୁବିଧା ସୁଯୋଗ ହୋଇପାରି ନାହଁ ।

ଉଲ୍ଲେଖଯୋଗ୍ୟ, ପଳାସପିଠିଆ  ଠାରୁ ମଠକରୋଗୋଲା  ଭାୟା ସୁରପ୍ରତାପପୁର ଓ ଯମୁନାକୋଟ୍ ରାସ୍ତାର ୯. ୯୧୨ କି. ମି ଉନ୍ନତି କରଣ ପାଇଁ କାର୍ଯ୍ୟ ଆରମ୍ଭ ୨୧.୦୨.୨୦୧୮ ମସିହାରେ ୪,୧୨,୧୪୭୦୪ ଟଙ୍କାରେ କାର୍ଯ୍ୟଶେଷ ପାଈଁ ୨୧.୧୧.୨୦୧୮  ରେ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ I ଉକ୍ତ ଠିକା ସଂସ୍ଥା ପୁନର୍ବାର ବିଗତ ଦୁଇ ମାସ ହୋଇଯିବ ପୋଲର ପାର୍ଶ୍ଵବର୍ତ୍ତୀ ରାସ୍ତା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ମୋରମ ବଦଳରେ କେଲୁଅ ପକେଇ ନିମ୍ନ ମାନର କାର୍ଯ୍ୟ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି I

ଅନ୍ୟ ସଂଲଗ୍ନ ବିକଳ୍ପ ରାସ୍ତା ନକରି କେଲୁଅ ପଡିଥିବାରୁ କାଳ ବୈଶାଖୀରେ ଅସରାଏ ବର୍ଷା ରେ ଯାତାୟାତ ଠପ୍ ହୋଇଯାଇଛି I ଉକ୍ତ ଗ୍ରାମର ଏହି ରାସ୍ତା ପଳାସପିଠିଆ କୁ ଯାତାୟତର ଜୀବନ ରେଖା ପାଲଟିଥିବା ବେଳେ ଖାଲି ମନିଷ ଯିବା ଆସିବା ସମ୍ଭବପର ହେଉନଥିବା ବେଳେ ଗାଡି ମୋଟର ଯାତାୟତ କଥା ନକହିବା ଭଲ Iଏହି ମହାମାରୀ ସମୟରେ ଜରୁରୀକାଳୀନ ସେବା ଯାତାୟାତ ରେ ବାଧା ପ୍ରାପ୍ତ ହୋଇଛି I ଆଜି ସକାଳୁ ଉକ୍ତ ଗ୍ରାମର କୃଷ୍ନ ଚନ୍ଦ୍ର ଓଝା ଙ୍କ ପରିବାର ରୁ ସଦସ୍ୟ ମେଡିକାଲ୍ ଯିବାପାଇଁ ଜରୁରୀକାଳୀନ ସେବା 108 କୁ ଆସି ହଟ ହଟା ହେବାକୁ ପଡ଼ିଛି I

ଲକ୍ ଡାଉନ ସମୟରେ ଠିକା ସଂସ୍ଥାର ଏହିଭଲି କାର୍ଯ୍ୟକୁ ଗ୍ରାମବାସୀ ମନରେ ଅସନ୍ତୋଷ ପ୍ରକାଶ ପାଇଛି I ଖୁବ୍ ଶୀଘ୍ର ପୋଲର କାଯ୍ୟ ସମ୍ପୂର୍ଣ୍ଣ ନହଲେ ଆଗକୁ ବର୍ଷା ଦିନ ଆସୁଥିବାରୁ ଯାତାୟାତ ରେ ବାଧା ପ୍ରାପ୍ତ ହେବ ବୋଲି ବୋଲି ଗ୍ରାମବାସୀ ଆଶା ପ୍ରକଟ କରିଛନ୍ତି I ଏହି ବିଷୟରେ ବିଭାଗୀୟ ଅଧିକାରୀ ମାନଙ୍କୁ ଦୃଷ୍ଟି ଗୋଚର କୁ ଆଣିଥିଲେ ମଧ୍ଯ କୌଣସି ପଦେକ୍ଷପ ନେଉନଥିବା ରୁ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଆପଣେଇବେ ବୋଲି ହେବାର ଅଂଚଳବାସୀ ଚେତାବନୀ ଦେଇଛନ୍ତି। (ରିପୋର୍ଟ୍ ଅମର ରଞ୍ଜନ ଦାସ), ଢେଙ୍କାନାଳ

Exit mobile version