କଂଗ୍ରେସର ପୁରୁଖା ନେତା ତଥା ନିଶାନପୁର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପରଲୋକ

ଓଡ଼ିଶା ତାଜା ନ୍ୟୁଜ (୧୩ ମେ ଗୁରୁବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ନିଶାନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା କଂଗ୍ରେସର ପୁରୁଖା ନେତା କ୍ଷମାରାଜ ରଣାଙ୍କର ୬୮ବର୍ଷ ବୟସରେ ନିଧନ ହୋଇଛି। କିଛି ଦିନ ଧରି ସେ ଅସୁସ୍ଥ ହେବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ବି ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇ ପ୍ରାଣବାୟୁ ଉଡି ଯାଇଥିଲା। ସ୍ଵର୍ଗତ ରଣା ପୂର୍ବତନ ବ୍ଳକ କଂଗ୍ରେସ କମିଟିର ସଭାପତି, ତିନି ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇ ଜଣେ ଜଣାଶୁଣା ପୁରୁଖା ନେତା ଭାବେ ପରିଚିତ ଥିଲେ ।

ତାଙ୍କ ବିୟୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରା, ନର୍ଲା ବିଧାୟକ ଭୂପିନ୍ଦର ସିଂ, ପୂର୍ବତନ ନର୍ଲା ବିଧାୟକ କୁମରମଣୀ ଶବର, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶାନ୍ତନୁ ବେହେରା, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ହିମାଂଶୁ ଦାସ, ଜୟଦେବ ନାୟକ,ଦେବୀ ଦେବ ଶର୍ମା,ଆୟୁବ ଅଲ୍ଲୀ ଖାଁ, ମାନଗୋବିନ୍ଦ ମହାନ୍ତି,ଉଲିକୁପା ସରପଞ୍ଚ ଆନନ୍ଦ ମାଝୀ,ଚନ୍ଦ୍ର ବିଶ୍ୱାଳ,ଚନ୍ଦ୍ରଧଜ ମାଝୀ,ସୁଦାମ ପଧାନ,ଦିପୁ ପାତ୍ର,ରୁପ୍ରୋରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା ପ୍ରମୁଖ ସ୍ଵର୍ଗତ ରଣାଙ୍କ ମୃତ୍ୟୁ ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version