କରୋନା ପଲେଇ ଯାଉ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ମଇ ବୁଧବାର ) ପଦ୍ମପୁର :- ପ୍ରେମାନନ୍ଦ ବେହେରା ,କଲେଜ୍ ରୋଡ଼, ପଦମପୁର

କାନା କରମା ଆରୁ ଭାଇ
କରୋନା ଆସଲା ମାଡ଼ି
ରାଇଜ୍ ଯାକର୍ ସ୍କୁଲ କଲେଜ୍ ନ
ତାଲା ଯାଇଛେ ପଡି ।।୧।।

ସରକାର୍ ମନା କରିଦେଲେ
ନାଇଁ ଯାଇଁ ପାଠ୍ ପଢି
ଗୁଟେ ଠାନେ କୁଟୁମ ଯାକର୍
ଘରେ ଅଛୁ ସଭେ ପଡି ।।୨।।

ଛୁଆପିଲା ଘର୍ ଦୁଲକଉଛନ
ଗହଲ୍ ଗହଲ୍ ଲାଗୁଚେ
ମାଡ଼ ପିଟା ରୁଷା ଫୁଲା ଥିନ
ସମିଆ କଟି ଜଉଛେ ।।୩।।

ଦୁକାନ୍ ବଜାର୍ ବନ୍ଦ ହେଇଛେ
ନାଇଁ ମିଳେ ଫାଷ୍ଟ୍ ଫୁଡ଼୍
ଚାହା ସାଙ୍ଗେ ଭାଜଲା ମୁଢି
ଲାଗୁଚେ ଭେରୀ ଗୂଡ୍ ।।୫।।

କେତେ ଖେଳବ ମୋବାଇଲ୍
ବେଟ୍ରି ଯାଉଛେ ସରି
ୟୁ ଟ୍ୟୁବ ଭିଡିଓ ଦେଖି ଦେଖି
ମନ୍ ଗଲାନ ଭରି ।।୬।।

ଲକୄ ଡାଉନ୍ ଆରୁ ସଟ୍ ଡାଉନ୍
ମନ୍ ଯାଉଛେ ବୁତ୍ରି
ମାନି କରି ସଭେ ଘରେ ରହେଲେ
କରୋନା ନାଇଁ ପାରେ ବଢି ।।୭।।

ସରକାରୀ ଲୋକ୍ ମନା କଲେ ବି
ନାଇଁ ମାନବାର୍ ଆମେ
ନିଜେ ନିଜେ ଜଦି ନି ବୁଝମା
ମୁନୁଷ୍ ଜନମ୍ କେନ୍ କାମେ ।।୯।।

ହୁସିଆର୍ ହେଇଜ ସଭେ ଜାକିର୍
ବେଲ୍ ଅଛେ ତେଲ୍ ଆଉ
ମାଁ ସମଲେଇ ନ ମୋର୍ ଗୁହାରୀ
କରୋନା ପଲେଇ ଯାଉ ।।୧୦।।

Exit mobile version