ମୁମ୍ବାଇ (ଓଡିଶା ତାଜା ନ୍ୟୁଜ୍ ) ମୁମ୍ବାଇ 5.3. 2020 ରିଖ :- ତାଲିମ ଓ ଆନୁଷଙ୍ଗିକ କ୍ଷେତ୍ରରେ ପାରସ୍ପରିକ ସହଯୋଗ ଉଦ୍ଦେଶ୍ୟରେ ବ୍ୟାଙ୍କିଙ୍ଗ ଫାଇନାନ୍ସ ଆଣ୍ଡ ଇନସ୍ୟୁରାନ୍ସ ଇନଷ୍ଟିଚ୍ୟୁଟ ଅଫ ନେପାଳ ଲିମିଟେଡ଼ ( ବିଏଫଆଇଏନ) ସହ ଆଇଡ଼ିବିଆଇ ବ୍ୟାଙ୍କ ଲିମିଟେଡ଼ର ଅଗ୍ରଣୀ ତାଲିମ ପ୍ରତିଷ୍ଠାନ ଜବାହରଲାଲ ନେହେରୁ ଇନଷ୍ଟିଚ୍ୟୁଟ ଅଫ ବ୍ୟାଙ୍କିଙ୍ଗ ଆଣ୍ଡ ଫାଇନାନ୍ସ (ଜେଏନଆଇବିଏଫ), ହାଇଦ୍ରାବାଦ, ଗତ ୩ ତାରିଖରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଜେଏନଆଇବିଏଫ ପକ୍ଷରୁ ନିର୍ଦ୍ଦେଶକ କୁମାର ନିଲ ଲୋହିତ ଓ ବିଏଫଆଇଏନ ପକ୍ଷରୁ ଏମଡ଼ି ବିନୋଦ ଅତ୍ରେୟ ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ଏହି ଅବସରରେ ଉଭୟ ବ୍ୟାଙ୍କର ବହୁ ସଦସ୍ୟ ଓ ଆଇଡ଼ିବିଆଇ ବ୍ୟାଙ୍କର ମାନବ ସମ୍ବଳ ଓ ତାଲିମ ଇଡ଼ି ଭି.ନାରାୟଣମୂର୍ତ୍ତି ଉପସ୍ଥିତ ଥିଲେ । ଆଲୋଚନାଚକ୍ର, ସମ୍ମିଳନୀ, ତାଲିମ ଓ କର୍ମଶାଳା ଆଦି ଜରିଆରେ ଦୁଇ ରାଷ୍ଟ୍ରର ପେଶାଦାରଙ୍କ ମଧ୍ୟରେ ପରିଚାଳନାଗତ ଦକ୍ଷତା ବୃଦ୍ଧି ଏହି ବୁଝାମଣାପତ୍ର ସ୍ୱାକ୍ଷରର ଲକ୍ଷ୍ୟ ଅଟେ ।
ବିଏଫଆଇଏନ ଓ ଜେଏନଆଇବିଏଫ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

- Categories: Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
Related Content
ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
June 18, 2026
କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
by
Proprietor Abhimanyu Maharana
June 18, 2026
ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକା ଯାଉଛି ଓଡ଼ିଶାରେ, ଏଇ ବିଷୟ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କଲେ ବିଧାୟକ
by
Proprietor Abhimanyu Maharana
June 18, 2026
ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରାମସାଗର ର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ଉପସ୍ଥିତି ରେ ସମୀକ୍ଷା କଲେ ବିଧାୟକ
by
Proprietor Abhimanyu Maharana
June 18, 2026
୭୮ ଦିନର ଅବିରତ ପଦଯାତ୍ରା ଭିଆଇପି ଦର୍ଶନ ପ୍ରୋଟୋକଲ ଦର୍ଶନ ଓ ଟଙ୍କା ଦେଇ ଦର୍ଶନ ବନ୍ଦ କର ପୁରୀବାସୀଙ୍କ ପାଇଁ ଗୋଟିଏ ଦ୍ବାର ଖୋଲ
by
Proprietor Abhimanyu Maharana
June 18, 2026
ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ
by
Proprietor Abhimanyu Maharana
June 18, 2026