ଅଦିନିଆ କାଳବୈଶାଖୀରେ ଉଡିଲା ଛପର , ରାସ୍ତାରେ ପଡିଲା ଗଛ

ଓଡ଼ିଶା ତାଜା ନ୍ୟୁଜ (୧୨ ମଇ ବୁଧବାର )ପାରଳାଖେମୁଣ୍ଡି :- ମଙ୍ଗଳବାର ପୂର୍ବାହ୍ନ ୧୧ ଟାବେଳେ ଅଦିନିଆ କାଳବୈଶାଖୀ ଆସିବାରୁ ବର୍ଷା ଓ ପବନ ତାଣ୍ଡବରେ ଲୁହା ଗୁଡ଼ି ଗ୍ରାମ ଠାରେ ରହିଥିବା ଦୋକାନ ଓ ଘରର ଟିଣଛପର ଉଡିଯିବା ସହ ଜାତୀୟ ରାଜପଥ ୩୨୬ ମୋହନାଠାରୁ ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଖପୁରି ପଟା ନିକଟରେ ଏକ ବିଶାଳ ବଟବୃକ୍ଷ ପଡ଼ି ରାସ୍ତା ଅବରୋଧ ହୋଇଥିଲା ।

ଯାହା ଫଳରେ ପ୍ରାୟ ଏକ ଘଣ୍ଟା ଧରି ଯାତାୟତ ବାଧାପ୍ରାପ୍ତ ହେବା ସହ ଅତ୍ୟାବଶ୍ୟକ ସାମଗ୍ରୀ ନେଇଯାଉଥିବା ଯାନବାହାନ ଅଟକି ରହିଥିଲା। ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର ମୋହନାରୁ ପାରଳାଖେମୁଣ୍ଡି ଯାଉଥିବା ବେଳେ ଉକ୍ତ ସ୍ଥାନରେ ଫସି ରହିଥିଲେ। ଖବର ପାଇ ମୋହନା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗଛ କାଟି ରାସ୍ତାରୁ ହଟାଇ ଥିଲେ ।   ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version