ସ୍ଵର୍ଗଦ୍ଵାର ସେବା ସଂଗଠନ ପକ୍ଷରୁ କରୋନା ସଂକ୍ରମିତ ଶବ ସତ୍କାର ଅନୁମତି ପାଇ ଦାବିପତ୍ର

 ଓଡ଼ିଶା ତାଜା ନ୍ୟୁଜ (୧୨ ମେ ବୁଧବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ କେହି ଆଗେଇ ଆସୁନଥିବାର ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଶବସତ୍କାର ପାଇଁ ଆଗେଇ ଆସିଛି କଳାହାଣ୍ଡି ସ୍ଵର୍ଗଦ୍ଵାର ସେବା ସଂଗଠନ। ସଂଗଠନର ସମାଜସେବୀ ମନୋଜ କୁମାର ପଟ୍ଟନାୟକ,

ସଜନ କୁମାର ଅଗ୍ରୱାଲ,ମିତ୍ରସେନ ଭୋଇ, ମନୋଜ ଷଡ଼ଙ୍ଗୀ ପ୍ରମୁଖ ଜିଲ୍ଲାର ଏମ୍ ରାମପୁର, ନର୍ଲା,କର୍ଲାମୁଣ୍ଡାର ସମସ୍ତ ବିଡ଼ିଓଙ୍କୁ ସାକ୍ଷାତ କରି ଅନୁମତିପତ୍ର ପ୍ରଦାନ କରିଛନ୍ତି। ଏକ ଅନୁମତି ପତ୍ର ମାଧ୍ୟମରେ କରୋନା ଆକ୍ରାନ୍ତରେ ମୃତ୍ୟୁ ବରଣ କରିଥିବା ଶବର ସତ୍କାର କରିବା,କରୋନା ପ୍ରତିରୋଧ ଜନିତ ପିପିଇ କିଟ୍ ପ୍ରଦାନ ପାଇଁ ପତ୍ରରେ ଉଲ୍ଲେଖ କରିଥିବା ଜଣାଯାଏ। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version