ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ (ଓଡିଶା ତାଜା ନ୍ୟୁଜ୍ ) କଳିଙ୍ଗ ହସ୍ପିଟାଲ 5.3.2020 :- ଭୁବନେଶ୍ୱରର ଏକ ଅଗ୍ରଣୀ ହସ୍ପିଟାଲ, ବିଆର୍ ଲାଇଫ୍ କଳିଙ୍ଗ୍ ସୁପର ସ୍ପେଶାଲିଟି ହସ୍ପିଟାଲର ଡାକ୍ତରମାନେ ନିକଟରେ ଜଣେ ୨୯ ବର୍ଷୀୟ ବ୍ୟକ୍ତି ଚନ୍ଦ୍ରକାନ୍ତ ଶର୍ମାଙ୍କ ଶରୀରରୁ ୧୨ କେଜିର ବିରଳ ନ୍ୟୁରୋଫାଇବ୍ରୋମାଟୋସିସ୍ ଟାଇପ୍ ୧ ଜେନେଟିକ୍ ଟ୍ୟୁମର୍ ବାହାର କରିବା ପାଇଁ ଏକ ବିପଦପୂର୍ଣ୍ଣ ଅସ୍ତ୍ରୋପଚାର କରିଥିଲେ । ଉକ୍ତ ଟ୍ୟୁମର୍ର ଆକାର ୨୦ ଙ୍ଘ୨୫ ସେମି ଥିଲା । ଏହି ହସ୍ପିଟାଲ ନିଜର ଅତ୍ୟାଧୁନିକ ସର୍ଜିକାଲ ଟେକ୍ନୋଲୋଜିର ବ୍ୟବହାର କରି ଅସ୍ତ୍ରୋପଚାର କରିଥିଲା ଓ ରୋଗୀଙ୍କ ପେଟରେ ବଢୁଥିବା ଟ୍ୟୁମର୍କୁ ସଫଳତାର ସହ ବାହାର କରିଥିଲା । ନ୍ୟୁରୋଫାବ୍ରୋମଟୋସିସ୍ ଟାଇପ୍ ୧ (ଏନ୍ଏଫ୍୧) ହେଉଛି ଏକ ଜେନେଟିକ୍ ଅବସ୍ଥା ଯାହାକୁ ମୁଖ୍ୟତଃ ତ୍ୱଚାର ରଙ୍ଗରେ ପରିବର୍ତନ, ତ୍ୱଚାର ସ୍ନାୟୁ, ମସ୍ତିଷ୍କ ଓ ଶରୀରର ଅନ୍ୟ ଅଂଶରେ ଏକାଧିକ କ୍ଷୁଦ୍ର ଓ ନରମ ଟ୍ୟୁମର ବଢିବା ଭଳି ଲକ୍ଷଣ ଦ୍ୱାରା ଚିହ୍ନଟ କରାଯାଇଥାଏ । କିଶୋରାବସ୍ଥାରୁ ବର୍ତମାନ ପର୍ଯ୍ୟନ୍ତ, ଚନ୍ଦ୍ରକାନ୍ତ ପ୍ରାୟ ଏକ ଦଶନ୍ଧି ହେବ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିଲେ ଓ ଅତ୍ୟଧିକ ଯନ୍ତ୍ରଣାରେ ବଂଚିଥିଲେ । ଏନ୍ଏଫ୍ୱାନ ତାଙ୍କ ଶରୀରର ଗତଶୀଳତାକୁ ପ୍ରଭାବିତ କରିଥିଲା, ତାଙ୍କ ଶରୀରରେ ବଢୁଥିବା ଏକାଧିକ ଟ୍ୟୁମର ତାଙ୍କର ମେରୁଦଣ୍ଡକୁ ପ୍ରଭାବିତ କରିଥିଲା; ଯାହାଫଳରେ ସେ ସ୍କୋଲିଓସିସ୍ରେ ପୀଡିତ ହୋଇଥିଲେ ଓ ପ୍ରାୟ ୧୦-୧୫ ବର୍ଷ ମଧ୍ୟରେ ତାଙ୍କ ପେଟରେ ୧୨ କେଜିର ଏକ ଟ୍ୟୁମର ବଢିଥିଲା । ଏହି ବିପଦପୂର୍ଣ୍ଣ ଅସ୍ତ୍ରୋପଚାର ସମ୍ପର୍କରେ ବିଆର୍ ଲାଇଫ୍ କଳିଙ୍ଗ୍ ସୁପର୍ ସ୍ପେଶାଲିଟି ହସ୍ପିଟାଲର ଲାପାରୋସ୍କୋପିକ୍ ସର୍ଜନ୍ ଡା. ରମ୍ୟ ରଞ୍ଜନ ବେହେରା କହିଛନ୍ତି ଯେ, “ଆମର ପ୍ରଥମ ପ୍ରାଥମିକତା ଥିଲା ଏକ ବିଶାଳ ଟ୍ୟୁମର୍କୁ ବାହାର କରିବା ଯାହା ରୋଗୀଙ୍କ ଗତିଶୀଳତାକୁ ବ୍ୟାପକ ରୂପେ ପ୍ରଭାବିତ କରୁଥିଲା । ରୋଗୀଙ୍କର ଇଂଟ୍ରାଟ୍ୟୁମୋରାଲ ବ୍ଲିଡିଙ୍ଗ୍ ହେଉଥିଲା ଏବଂ ୨ଲିଟର ରକ୍ତ ସଞ୍ଚିତ ହୋଇ ଆନେମିଆର କାରଣ ହୋଇଥିଲା । ଆମେ ତତ୍କ୍ଷଣାତ୍ ରୋଗୀଙ୍କୁ ସ୍ଥିର ରଖିବା ପାଇଁ ୩ ୟୁନିଟ୍ ରକ୍ତ ଦେଇଥିଲୁ । ଏହାପରେ ଆମେ ଅସ୍ତ୍ରୋପଚାର କରି ଟ୍ୟୁମର୍କୁ ବାହାର କରିଥିଲୁ । ଏହି ଅସ୍ତ୍ରୋପଚାର ପ୍ରାୟ ୩ ଘଂଟା ପର୍ଯ୍ୟନ୍ତ ଚାଲିଥିଲା । ତେବେ ଏକ ମାସ ପରେ ୨ୟ ପର୍ଯ୍ୟାୟରେ ତାଙ୍କର ସ୍ଥିତି ଓ ଚାଲିବା ଅକ୍ଷମତାକୁ ଠିକ୍ କରିବା ପାଇଁ ରୋଗୀଙ୍କ ଠାରେ ସ୍କୋଲିଓସିସ୍ ଚିକିତ୍ସାର ଆବଶ୍ୟକତା ରହିଛି ।’’ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ସମୟରେ ବିଆର୍ ଲାଇଫ କଳିଙ୍ଗ ସୁପର ସ୍ପେଶାଲିଟି ହସ୍ପିଟାଲର ୟୁନିଟ୍ ହେଡ୍ ଶ୍ରୀ ଭର୍ଗିସ ପି. ଜନ୍ ମଧ୍ୟ ଉପସ୍ଥିତ ଥିଲେ । ନିଜ ଚିକିତ୍ସା ସମ୍ପର୍କରେ ଚନ୍ଦ୍ରକାନ୍ତ ଶର୍ମା କହିଛନ୍ତି ଯେ, “ମୁଁ ଅନେକ ଡାକ୍ତରଙ୍କ ପାଖକୁ ଯାଇଥିଲି କିନ୍ତୁ କେହି ମୋର ଚିକିତ୍ସା କରିବା ପାଇଁ ରିସ୍କ ନେବାକୁ ଚାହୁଁନଥିଲେ । ମୋର ମୋ ନିଜ ଶରୀର ପ୍ରତି ଘୃଣାଭାବ ସୃଷ୍ଟି ହୋଇଥିଲା ଏବଂ ଏହି ବିଶାଳ ଟ୍ୟୁମର୍ ମୋତେ ବିରକ୍ତ କରାଉଥିଲା । ମୋତେ ବିଆର୍ ଲାଇଫ୍ କଳିଙ୍ଗ ସୁପର୍ ସ୍ପେଶାଲିଟି ହସ୍ପିଟାଲକୁ ରେଫର୍ କରାଯାଇଥିଲା ଯେଉଁଠାରେ ଡାକ୍ତରମାନେ ମୋର ଚିକିତ୍ସା କରିଛନ୍ତି ଏବଂ ବଂଚିବାର ଏକ ନୂଆ ଆଶା ଦେଇଛନ୍ତି ।’’ ଏନ୍ଏଫ୍୧ ଜିନ୍ରେ ପରିବର୍ତନ କାରଣରୁ ଏନ୍ଏଫ୍୧ ହୋଇଥାଏ, ଯାହାକି ଏକ ଅଟୋସୋମାଲ ପ୍ରାଧାନ୍ୟ ଶୈଳୀରେ ଆସିଥାଏ । ୫୦% ମାମଲାରେ ଏହା ପ୍ରଭାବିତ ପିତାମାତାଙ୍କ ଶରୀରରୁ ଜଣେ ବ୍ୟକ୍ତିଙ୍କ ଶରୀରକୁ ଯାଇଥାଏ । ଅନ୍ୟ ମାମଲାରେ ଏକ ନୂତନ ପରିବର୍ତନ କାରଣରୁ ଏନ୍ଏଫ୍୧ର କୌଣସି ପାରିବାରିକ ଇତିହାସ ବିନା ପ୍ରଥମ ଥର ପାଇଁ ଲୋକଙ୍କଠାରେ ଏହା ଦେଖାଯାଇଥାଏ । ଏହି ରୋଗରେ ପୀଡିତ ଲୋକଙ୍କଠାରେ ବିଭିନ୍ନ ପ୍ରକାରର ଟ୍ୟୁମର, ଉଭୟ ସାଧାରଣ (ଅଣ- କ୍ୟାନ୍ସରଯୁକ୍ତ) ଓ କ୍ଷତିକାରକ (କ୍ୟାନ୍ସରଯୁକ୍ତ) ଟ୍ୟୁମର ହେବାର ବିପଦ ରହିଥାଏ । ଶୀଘ୍ର ଚିହ୍ନଟ ଏବଂ ଟ୍ୟୁମର୍ ଓ କ୍ୟାନ୍ସର ସମେତ ଏନ୍ଏଫ୍୧ ସହ ଜଡିତ ଜଟିଳତା ପ୍ରତି ଉପଯୁକ୍ତ ଧ୍ୟାନ ଦିଆଗଲେ ଜୀବନର ମାନରେ ଓ ବଂଚିବାର ସ୍ଥିତିରେ ସୁଧାର ଅଣାଯାଇପାରିବ ।
ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲରେ ୨୯ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରୁ ୧୨ କେଜିର ବିରଳ ଜେନେଟିକ୍ ଟ୍ୟୁମର୍ର ସଫଳ ଅସ୍ତ୍ରୋପଚାର

- Categories: Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
Related Content
ଅଧାରୁ ପାଠ ଛାଡିଥିବା ଛାତ୍ରୀ ତୁଳସୀ ଫେରିଲା ବିଦ୍ୟାଳୟ
by
Proprietor Abhimanyu Maharana
August 12, 2026
ହର ଘର ତ୍ରିରଙ୍ଗା’ ଅବସରରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି
by
Proprietor Abhimanyu Maharana
August 12, 2026
ପୋସ୍ ଅଧିନିୟମ” ସମ୍ପର୍କିତ କର୍ମଶାଳା
by
Proprietor Abhimanyu Maharana
August 12, 2026
ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ
by
Proprietor Abhimanyu Maharana
August 12, 2026
ନୟାଗଡ଼ରେ ଶ୍ରମିକ କୃଷକ ସଂଗଠନର ଜେଲଭରୋ ଆନ୍ଦୋଳନ
by
Proprietor Abhimanyu Maharana
August 12, 2026
ରୋଟାରୀ କ୍ଲବ ନୟାଗଡ଼ରେ ତର୍କ ପ୍ରତିଯୋଗିତା
by
Proprietor Abhimanyu Maharana
August 12, 2026