ସୂଚନାଯନ୍ତ୍ର ନଥିବା ଯୋଗୁଁ ଗହଳି ମଧ୍ୟରେ ଟୀକାଦାନ କାର୍ଯ୍ୟକ୍ରମ – ରଣପୁର

ସାମାଜିତ ଦୂରତ୍ୱକୁ ଫୁ, ଟିକା ନେବା ପାଇଁ ଲମ୍ବାଧାଡି

କରୋନା ୨ୟ ଲହର ଯେତିକି ତୀବ୍ରତର ହେଉଥିବା ଲୋକଙ୍କ ଭିତରେ ସେତିକି ଏକ ଅଜଣା ଭୟ ସୃଷ୍ଟି ହେଉଛି । ନିଜକୁ ସୁରକ୍ଷିତ ରଖିବା ପାଇଁ ଟିକା ଏକମାତ୍ର ବିକଳ୍ପ 

ଓଡ଼ିଶା ତାଜା ନ୍ୟୁଜ (୧୧ ମଇ ମଙ୍ଗଳବାର) ରଣପୁର,ରିପୋର୍ଟ /ଅଭିମନ୍ୟୁ ମହାରଣା :- କରୋନା ବିଭୀଷିକା ରୁ ଭାରତ କୁ ରକ୍ଷା କରିବା ପାଇଁ ଭାରତ ସରକାର ଦୁଇଟି ଭ୍ୟାକ୍ସିନ୍ ତଥା ଟୀକା କରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ଭ୍ୟାକ୍ସିନ୍ ରେ ସାରା ଭାରତ ଆରୋଗ୍ୟ ହେବ ବୋଲି ପରୀକ୍ଷା ନିରୀକ୍ଷା ପରେ ପ୍ରମାଣିତ ହେଲା । ଉକ୍ତ ପରୀକ୍ଷା କୁ କାର୍ଯ୍ୟକାରୀ କରିବା ପାଇଁ ସର୍ବ ପ୍ରଥମେ କରୋନା ଯୋଦ୍ଧା ଯଥାକ୍ରମେ ସ୍ୱାସ୍ଥ୍ୟକର୍ମୀ ,

ପୋଲିସ , ଆଶା କର୍ମୀ, ଅଙ୍ଗନୱାର୍ଡି କର୍ମଚାରୀ , ସହଯୋଗୀ ସାମ୍ବାଦିକ ତଥା ଏନଏସି ଓ ପଞ୍ଚାୟତ ର କାର୍ଯ୍ୟକର୍ତ୍ତା ମାନଙ୍କୁ ଭ୍ୟାକ୍ସିନ୍ ବା କରୋନା ପ୍ରତିରୋଧକ ଟୀକା ଦିଆଗଲା । ପରବର୍ତ୍ତୀ କାଳରେ ଆଗଧାଡ଼ିର କରୋନା ଯୋଦ୍ଧା ମାନଙ୍କୁ ଟୀକା ଦିଆ ସାରିବା ପରେ ୬୦ ବର୍ଷ ରୁ ଉର୍ଦ୍ଧ୍ବ ନାଗରିକ ମାନଙ୍କୁ ଟୀକା ଦେବାର ବ୍ୟବସ୍ଥା ହେଲା ।

ରାଜ୍ୟ ସରକାର ଏହାକୁ ପ୍ରଥମେ ଘୋଷଣା କଲେ । ପରେ ଯେତେବେଳେ କେନ୍ଦ୍ରସରକାର ସମସ୍ତ ରାଜ୍ୟକୁ ସୁବିଧା ଦେଲେ ସେମାନେ ନିଜେ ନିର୍ଦ୍ଦେଶ କରି କମ୍ପାନୀ ଠାରୁ ଭ୍ୟାକ୍ସିନ୍ କିଣି ପାରିବେ ସେଥିପାଇଁ ଓଡ଼ିଶା ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଇ ଟୀକା ଉପଲବ୍ଧ କରାଇଲେ ।

ଏହି ଟୀକାକରଣ କାର୍ଯ୍ୟକ୍ରମ କୁ ପ୍ରତ୍ୟେକ ଡାକ୍ତରଖାନା ଗୁଡିକରେ ବ୍ୟବସ୍ଥା କରିବାକୁ ଥିଲା ବେଳେ ରଣପୁର ରେ ବରିଷ୍ଠ ନାଗରିକ ମାନଙ୍କୁ କୋଭିଡି ଟୀକା ଦେବାର ବ୍ୟବସ୍ଥା କରିବା ପାଇଁ ଏଠାରେ ଆଜି ପର୍ଯ୍ୟନ୍ତ ରଣପୁର ଡାକ୍ତରଖାନା ଠାରେ ଏହା ପୂର୍ବରୁ ଟୀକା ଦିଆ ଯାଉଥିଲା । ଏବଂ ପ୍ରତ୍ୟେକ ଡାକ୍ତରଖାନା ରେ ଏକ ରୋଗୀ କଲ୍ୟାଣ ସମିତି ଅଛି । ସେଠାକାର ପ୍ରଶାସକ ତାକୁ ରୋଗୀଙ୍କ ପାଇଁ ଆବଶ୍ୟକୀୟ ଖର୍ଚ୍ଚ ଭାବରେ ବ୍ୟବହାର କରିବାକୁ ଥିଲା ବେଳେ ଖରାରେ ଦଳ ଦଳ ହୋଇ ଠିଆ ହୋଇ ଟୀକା ନେଉଥିବାର ଦେଖାଯାଇଛି ।

ସ୍ଥାନୀୟ ବରିଷ୍ଠ ନାଗରିକ ତଥା ଆଇନଜୀବୀ ଏବଂ ପଞ୍ଚାୟତ ସମୟର ପୂର୍ବତନ ସମିତି ସଭ୍ୟ ସୁରେଶ ଚନ୍ଦ୍ର ମିଶ୍ର ସେଠାରେ ଉପସ୍ଥିତ ଥାଇ ଲୋକଙ୍କ ଅସୁବିଧା ସମ୍ପର୍କରେ ସରକାରଙ୍କୁ ଦୋଷ ଦଉଥିବା କଥା ହେବାର ଶୁଣିବା ପରେ ସେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ପରିଚାଳକ ଙ୍କ ସହ କଥା ହେବାରେ ସେ ଡାକ୍ତରଖାନା ପ୍ରଶାସକ ଡ଼ଃ ବୈଦ୍ୟନାଥ ନନ୍ଦ ଙ୍କୁ ପଚାରିବାରୁ ରଣପୁର ରେ ୯୦୦୦ ବରିଷ୍ଠ ନାଗରିକ ଟୀକା କରଣ ବାକି ରହିଥିବା କଥା ସାମ୍ନା କୁ ଆସିଛି ।

ବିଜ୍ଞାପିତ ପରିଷଦ ର ପରିଚାଳକ ତାଙ୍କୁ ପ୍ରସ୍ତାବ ଦେଇଥିଲେ କି ରଣପୁର ଲୋକ ମାନଙ୍କ ସୁବିଧା ପାଇଁ ଯଦି ଡାକ୍ତରଖାନା ବାହାରେ ଏହି କାର୍ଯ୍ୟକ୍ରମ କୁ କରାଯିବ ତାହାଲେ ଏଭଳି ଅସୁବିଧା ରୁ ମୁକ୍ତି ମିଳିବ । ଏବଂ ସେଥିରେ ସେ ତାଙ୍କୁ ଚିଠି କରିବା ପାଇଁ ଅନୁରୋଧ କରିଥିଲେ । ପରବର୍ତ୍ତୀ କାଳରେ ଡ଼ଃ . ଶ୍ରୀ ନନ୍ଦ ଏନଏସି ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ଚିଠି କରିଥିଲେ ।

ସେହି ଚିଠି ଅନୁଯାୟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ର ପରିଚାଳକ ସ୍ଥାନୀୟ ନୋଡାଲ ବିସି ହାଇସ୍କୁଲ ର ପରିଚାଳକ ଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରି ସେଠାରେ ଟୀକାକରଣ ବ୍ୟବସ୍ଥା କରାଇଥିଲେ । କିନ୍ତୁ ରୋଗୀଙ୍କ ପାଇଁ ରୋଗୀ ପରିଚାଳନା ସମିତି ପାଖରେ ଆବଶ୍ୟକୀୟ ଟଙ୍କା ଖର୍ଚ୍ଚ କରିବାକୁ ଥିଲା ବେଳେ ସେଠାରେ ଗୋଟିଏ ମାଇକ୍ ଯେଉଁଥିରେ କି ଲୋକ ମାନଙ୍କ ଶୃଙ୍ଖଳା ପାଇଁ ସେମାନଙ୍କୁ ସୂଚନା ଦିଆଯାଇପାରିଥାନ୍ତା ଏବଂ ଥଣ୍ଡା ପାଣି ର ବ୍ୟବସ୍ଥା ମଧ୍ୟ କରାଯାଇପାରିଥାନ୍ତା ଯାହାକି ସାମାନ୍ୟ ଖର୍ଚ୍ଚ ରେ ଉପଲବ୍ଧି ହୋଇ ପାରିଥାନ୍ତା ସେଠାରେ ଏଭଳି କୌଣସି ବ୍ୟବସ୍ଥା ନଥିବା ଏହା ସାଧାରଣରେ ଆଲୋଚନା ହୋଇଛି ।

ଯାହାକି ଅନୁଭବ କରାଯାଏ ପ୍ରକୃତରେ ରୋଗୀ କଲ୍ୟାଣ ସମିତିର ଟଙ୍କା ବିଭିନ୍ନ କାର୍ଯ୍ୟକ୍ରମ ରେ ଖର୍ଚ୍ଚ କରିବା ବେଳେ କୌଣସି ବିରୋଧ ହେଉ ନଥିବା ଦେଖା ଦେଇଛି । ଏଠି ଏକ କରୋନା ଭଳି ବିଭୀଷିକା କୁ ସାମ୍ନା କରୁଥିବା କାର୍ଯ୍ୟକ୍ରମ ରେ ତାହାକୁ ଖର୍ଚ୍ଚ କରିବାରେ କୌଣସି ଦ୍ଵିଧାବୋଧ କରିବାର ନଥିଲା ବୋଲି ରୋଗୀ କଲ୍ୟାଣ ସମିତି ର ଜଣେ ବରିଷ୍ଠ ସଦସ୍ୟ ସୁରେଶ ଚନ୍ଦ୍ର ମିଶ୍ର ପ୍ରକାଶ କରନ୍ତି ।

ସମସ୍ତ ପ୍ରକାର ର ଦାୟିତ୍ୱ ପ୍ରଶାସକ ଙ୍କ ପାଖରେ ଥିଲା ବେଳେ କେଉଁ କାରଣ ରୁ ସେ ଏହାକୁ କାର୍ଯ୍ୟକାରୀ କରାଇଲେ ନାହିଁ ଏବଂ ସ୍ଥାନୀୟ ବିଧାୟକ ଓ ବିଜେଡି ର ନେତୃବୃନ୍ଦ , ମାନ୍ୟବର ମୁଖ୍ୟମନ୍ତ୍ରୀ ସାଧାରଣ ରେ ଅପଦସ୍ତ ହେଉଥିବା ସେଠି ପ୍ରକାଶ ପାଉଛି ଯେଉଁଥି ପାଇଁ ଜନସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି । ସାଧାରଣ ଲୋକଙ୍କୁ ମାଗଣାରେ ଟୀକାକରଣ କରାଉଥିବା ସରକାର ପ୍ରଶାସକ ଙ୍କ ସାମାନ୍ୟ ଅବବ୍ୟବସ୍ଥା ଅନୁଭବ ହେଉଥିବା ସାଧାରଣ ରେ ଚର୍ଚ୍ଚା ହେଉଛି ।

ତେଣୁ ସ୍ଥାନୀୟ ମେଡିକାଲ ପ୍ରଶାସକ ଙ୍କୁ ପଚାରିବାରୁ ସେ କୁହନ୍ତି ଯେ କୌଣସି ବିଜ୍ଞାପିତ ଅଞ୍ଚଳ ପରିଷଦ ର ପରିଚାଳକ ଓ ତହସିଲଦାର ଙ୍କ ର ଆବଶ୍ୟକତା ନାହିଁ ଅର୍ଥାତ ଏହି ଟୀକାକରଣ କାର୍ଯ୍ୟକ୍ରମ ଯାହାକି ମେଡିକାଲ ପ୍ରଶାସକ ଙ୍କ ଦ୍ଵାରା ଆୟୋଜିତ ହେଉଅଛି । ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ରୋଗୀ ପରିଚାଳନା ସମିତି ର ଟଙ୍କା କିଛି ଖର୍ଚ୍ଚ କାରଯାଇ ଏହାକୁ ବ୍ୟବସ୍ଥିତ କଲେ ବୋଧହୁଏ ଜନସାଧାରଣ ଙ୍କ ଠାରେ ସରକାର ଙ୍କ ପ୍ରତି ଯଥେଷ୍ଟ ଆନୁଗତ୍ୟ ପ୍ରକାଶ ପାଇବ ଏହା ସାଧାରଣ ରେ ଚର୍ଚ୍ଚା ହୋଇଛି ।

Exit mobile version