କୋରାଇ (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 4.3. 2020 ରିଖ :- କୋରାଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ସ୍ଥିତ ସ୍ୱେଚ୍ଛାସେବର ଅନୁଷ୍ଠାନ ସ୍ମାଇଲ ଫାଉଣ୍ଡେସନର ୨ୟବାର୍ଷିକ ଉତ୍ସବ ଉଦଯାପିତ ଓ ସ୍ମାଇଲ ଚମ୍ପିଆନସିପ ୨୦୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ନୂଆ ଆଲୋକ ଚମ୍ପିଆନ ହୋଇଛି । ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଜିଲାରୁ ୧୬ଟି ସ୍ୱେଚ୍ଛାସେବା ଓ ସମାଜସେବୀ ଦଳମଧ୍ୟାରେ ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ସେମିଫାଇନାଲକୁ କ୍ଲବ ଦିୟୁଥ ମାସ ଓ ଆମେ ବିପଦର ସାଥୀ, ସପୋର୍ଟିଭ ହ୍ୟାଣ୍ଡସ ଓ ନୂଆଆଲୋକ ହୋଇଥିଲା ବେଳେ ଆମେ ବିପଦର ସାଥୀ ଓ ନୂଆ ଆଲୋକ ଫାଇନାଲକୁ ଉନ୍ନିତ ହୋଇଥିଲେ । ଅନୁଷ୍ଠିତ ଫଶଇନାଲ ମ୍ୟାଚରେ ନୂଆ ଆଲେକ ଦଳ ଆମ ବିପଦର ସାଥୀଙ୍କୁ ୪ରନରେ ପରାସ୍ତି ଚଳିତବର୍ଷର ଚମ୍ପିଆନ ହୋଇଛି । ଅମ୍ପେୟାର ଭାବେ ସଞ୍ଜୟ ସାହୁ ଓ ଜିତେନ୍ଦ୍ର ଦାସ ଖେଳ ପରିଚାଳନା କରିଥିଲା ବେଳେ ଘୋଷକଭାବେ ଅଲୋକ ଦାସ ଓ ସ୍କୋରର ଭାବେ ସର୍ବେଶ୍ୱର ସାହୁ ଓ ପ୍ରସନ୍ନ ସ୍ୱାଇଁ ପ୍ରମୁଖ କାର୍ଯ୍ୟସଂପାଦନ କରିଥିଲେ । ଉତ୍ସବର ଉଦଯାପନୀ ଦିନର ସାନ୍ଧ୍ୟା ତଥା ପୁରସ୍କାର ବିତରଣ ସଭା ଅନୁଷ୍ଠାନର ସଭାପତି ଅକ୍ଷୟକୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥିଭାବେ ପିସିସିର କାର୍ଯ୍ୟକାରୀ ମହିଳା ସଭାନେତ୍ରୀ ତଥା ବ୍ୟାସନଗର ପୌରପରିଷଦର ପୂର୍ବତନ ପୌରାଧ୍ୟକ୍ଷା ବନ୍ଦିତା ପରିଡା ଯୋଗଦେଇଥିଲା ବେଳେ ସମ୍ମାନ୍ନିତ ଅତିଥିଭାବେ ବିଶିଷ୍ଟ ସାମଜସେବୀ ତ୍ରିନୟନ ରଥ, ଯୁବସମାଜସେବୀ କାହ୍ନା ପଣ୍ଡା ଯୋଗଦେଇ ସ୍ମାଇଲ ଫାଉଣ୍ଡେସନର ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମର ଭୂୟସୀପ୍ରଶଂସା କରିଥିଲେ । ଏହି ଅବସରରେ ଫାଇନାଲର ବିଜେତା ନୂଆ ଆଲୋକ ଦଳକୁ ଚମ୍ପିଆନ ଟ୍ରଫି ସହ ନଗଦ ଅର୍ଥରାଶି ଓ ଉପବିଜେତା ଦଳ ଆମେ ବିପଦର ସାଥୀଙ୍କୁ ରର୍ନସ କପ ସହ ଅର୍ଥରାଶି ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଅନ୍ୟକୃତି ଖେଳାମାନଙ୍କ ସହ ବେଷ୍ଟଭଲେଣ୍ଟର ଭାବେ ଅନୁଷ୍ଠାନର ରମେଶକୁମାର ମଲ୍ଲିକଙ୍କ ସ୍ୱତନ୍ତ୍ରଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସଂପାଦକ ସୌମ୍ୟବ୍ରତ ସାହୁ ସଂପାଦକୀ ବିବରଣୀ ପାଠ କରିଥିଲା ବେଳେ ସ୍ମାଗତଭାଷଣ ତରୁଣକୁମାର ସାହୁ ଓ ଅତିଥି ପରିଚୟ ପ୍ରଦୀପ ସାହୁ ପ୍ରଦାନ କରିଥିଲେ । ବିଦ୍ୟାଧର ପାଢି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେହେମନ୍ତକୁମାର ବିଶ୍ୱାଳ, ରବିନ ସିଂହ, ସୋମନାଥ ଦାସ,ରାଧାଶ୍ୟାମ ସାହୁ, ମନୋରଞ୍ଜନ ସିଂହ, କାମରାନ ଖାଁ, ବିଚିତ୍ର ରଣା, ପ୍ରଶାନ୍ତ ସାମଲ, ରବିନ୍ଦ୍ର ମିଶ୍ର, ସୁଦର୍ଶନ ମିଶ୍ର, ପ୍ରମୋଦ ଦାସ, ଅରବିନ୍ଦ ଦାସ, ସଞ୍ଜୀବ ଦାସ, ଚିରଞ୍ଜୀବ ମହାପାତ୍ର, ଚନ୍ଦନ ସାହୁ, ଦିଲୀପକୁମାର ସାହୁ, କାର୍ତ୍ତିକଚନ୍ଦ୍ର ସାହୁ, ସୁଶିଲକୁମାର ସାହୁ ପ୍ରମୁଖ କର୍ମକର୍ତ୍ତା ସହଯୋଗିତା କରିଥିଲା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଷ୍ଟାର ଇଣ୍ଡିଆ ଡ୍ୟାନ୍ସ ଗ୍ରୁପ ଦ୍ୱାରା ଦେଶାତ୍ମକ ଓ ପରିବେଶିତ ଆଧୁନିକ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ । ଅନ୍ୟପକ୍ଷରେ ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ହିଙ୍ଗୁଳା କମିଟି, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ସ୍ଥାନୀୟ ଯୁବସ୍ୱେଚ୍ଛାସେବୀ ସଙ୍ଗଠାନର
ସ୍ମାଇଲ ଫାଉଣ୍ଡେସନର ୨ୟ ବାର୍ଷିକ ଉତ୍ସବ ଉଦ୍ଯାପିତ

- Categories: Uncategorized, ଓଡ଼ିଶା, ଖେଳ, ହୋମ୍
Related Content
କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ
by
Proprietor Abhimanyu Maharana
September 9, 2026
54th National Convention of Company Secretaries concludes in Bhubaneswar
by
Proprietor Abhimanyu Maharana
September 9, 2026
ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ
by
Proprietor Abhimanyu Maharana
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ
by
Proprietor Abhimanyu Maharana
September 8, 2026
ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ
by
Proprietor Abhimanyu Maharana
September 8, 2026
ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ
by
Proprietor Abhimanyu Maharana
September 8, 2026