ମହମାରୀ କରୋନା ଭାଇରସକୁ ମାରିବାର କ୍ଷମତା ରଖିଥିବା ସ୍ୱତନ୍ତ୍ର ମାସ୍କ ତିଆରି କରିଥିବା ଦାବି କରିଛନ୍ତି – ଜଣେ ୧୨ ବର୍ଷୀୟ ଛାତ୍ରୀ

ଓଡ଼ିଶା ତାଜା ନ୍ୟୁଜ (୧୧ ମଇ ମଙ୍ଗଳବାର) କୋଲକାତା :- ମହମାରୀ କରୋନା ଭାଇରସକୁ ମାରିବାର କ୍ଷମତା ରଖିଥିବା ସ୍ୱତନ୍ତ୍ର ମାସ୍କ ତିଆରି କରିଥିବା ଦାବି କରିଛନ୍ତି ଜଣେ ୧୨ ବର୍ଷୀୟ ଛାତ୍ରୀ । ଏହି ଛାତ୍ରୀ ଜଣଙ୍କ ହେଉଛନ୍ତି ଦିଗନ୍ତିକା ବୋଷ । ସେ ବେଙ୍ଗଲର ପୂର୍ବ ବର୍ଦ୍ଧନମାନ ଜିଲ୍ଲାରେ ରୁହନ୍ତି। ସେ ସ୍ୱତନ୍ତ୍ର କରୋନା କିଲ୍‌ର ମାସ୍କ ତିଆରି କରିଥିବା ଦାବି କରିବା ପରେ ମହାମାରୀ ଭିତରେ ନୂଆ ଆଶା ସଞ୍ଚାର ହୋଇଛନ୍ତି। ଦିଗନ୍ତିକା ତିଆରି କରିଥିବା ମାସ୍କ ମୁମ୍ବାଇରେ ଥିବା ଗୁଗଲର ମ୍ୟୁଜିୟମ ଅଫ ଡିଜାଇନ୍‌ ଏକ୍ସିଲେନ୍ସିରେ ପ୍ରଦର୍ଶନ କରାଯିବ ବୋଲି ଜଣାପଡ଼ିଛି। ଦିଗନ୍ତିକା ତିଆରି କରିଥିବା ମାସ୍କରେ ୩ଟି ଚ୍ୟାମ୍ବର ରହିଛି। ସେଥିରେ ଥିବା ନେଗେଟିଭ ଆଇଓନ ଜେନେରେଟର ବାୟୁମଣ୍ଡଳରେ ଥିବା ଧୂଳିକୁ ଅଲଗା କରିପାରିବ।

ଏହାପରେ ଫିଲଟର ହୋଇଥିବା ଏୟାର ଦ୍ୱିତୀୟ ଚ୍ୟାମ୍ବରରେ ପ୍ରବେଶ କରିବ। ଶେଷରେ ଏୟାର ତୃତୀୟ ଚ୍ୟାମ୍ବରକୁ ଯିବ। ତୃତୀୟଟି ହେଉଛି କେମିକାଲ ଚ୍ୟାମ୍ବର। ଏହି ଚ୍ୟାମ୍ବରରେ ସାବୁନ ଓ ପାଣିର ମିଶ୍ରଣ ରହିଛି। ଏୟାରରେ ଯଦି କରୋନା ଭାଇରସ ଥିବ, ତା’ହେଲେ ଏହା ସାବୁନ ଓ ପାଣି ସଂସ୍ପର୍ଶରେ ଆସିବା କ୍ଷଣି ମରିବ ବୋଲି ଦିଗନ୍ତିକା ଦାବି କରିଛନ୍ତି।
ସେ କହିଛନ୍ତି, “ଆମେ ସମସ୍ତେ ଜାଣିଛି ଯେ ସାବୁନ ପାଣି କରୋନା ଭାଇରସକୁ ମାରି ଦେଇଥାଏ ।

ତେଣୁ ମୁଁ ତିଆରି କରିଥିବା ମାସ୍କର କେମିକାଲ ଚ୍ୟାମ୍ବରରେ ସାବୁନ ଓ ପାଣିର ମିଶ୍ରଣ ରହିଛି। ଯେତେବେଳେ କରୋନା ଭାଇରସ ବାୟୁ ସହ ୩ୟ ଚ୍ୟାମ୍ବରରେ ପହଞ୍ଚିବ ସେତେବେଳେ ସେହିଠାରେ ହିଁ ତା’ର ମୃତ୍ୟୁ ଘଟିବ। ସେହିପରି ଜଣେ କରୋନା ଆକ୍ରାନ୍ତ ଏହି ମାସ୍କ ପିନ୍ଧିଲେ, ତାଙ୍କ ପାଟି ଓ ନାକରୁ ବାହାରୁଥିବା ସଂକ୍ରମିତ ବାୟୁ କେମିକାଲ ଚ୍ୟାମ୍ବର ବାହାରକୁ ଆସିବା ପୂର୍ବରୁ ଏଥିରେ ଥିବା କରୋନା ଭାଇରସକୁ ମାରିପାରିବ।”
ଦିଗନ୍ତିକା ଏହି ଅଭିନବ ମାସ୍କ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛନ୍ତି। ଏହାର ଟ୍ରାଏଲ କରି ବ୍ୟବହାର ପାଇଁ ଉପଲବ୍ଧ କରାଇଲେ କରୋନା ସଂକ୍ରମଣକୁ ରୋକା ଯାଇପାରିବ ବୋଲି ସେ ଆଶା ରଖିଛନ୍ତି। କରୋନାର ପ୍ରଥମ ୱେଭ ବେଳେ ଜାରି ଲକଡାଉନ ସମୟରେ ହିଁ ଦିଗନ୍ତିକା ଏହି ମାସ୍କ ତିଆରି କରିଥିଲେ ବୋଲି କହିଛନ୍ତି ।(ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)

Exit mobile version