ନିଆରା ଢ଼ଙ୍ଗରେ କରୋନା ସଚେତନା କରାଇଲେ – ମଧୁସ୍ମୀତା  

ଓଡ଼ିଶା ତାଜା ନ୍ୟୁଜ (୧୧ ମଇ ମଙ୍ଗଳବାର) ବାଙ୍କୀ :- ବାଙ୍କୀ ଉପଖଣ୍ଡରେ ମହାମାରୀ କାରାନା ନିଜର କାୟା ବିସ୍ତାର କରି ୫ଶହରୁ ଅଧିକ ବ୍ୟକ୍ତି ସଂକ୍ରମିତ ହେଲେଣି । ଏପରି ସମୟରେ ଏକ ଘଡ଼ିସନ୍ଧି ସମୟରେ  ନିଆରା ଢ଼ଙ୍ଗରେ ବାଙ୍କୀ ବ୍ଲକର ଆକାଉଣ୍ଟ୍‌ସ୍ ଅଫିସର ସମାଜସେବୀକା   ମଧୁସ୍ମିତା ପରିଜା  କରୋନା ସଚେତନତା ବାର୍ତ୍ତା ଭିଡିଓ କନଫରେନ୍ସ୍ ମାଧ୍ୟମରେ ଜନସାଧାରଣଙ୍କୁ ପ୍ରଦାନ କରି ସଚେତନ କରାଉଛନ୍ତି ।

ସେ ନିଜେ ମାସ୍କ୍ ପରିଧାନ କରି ହାତରେ ଗ୍ଲୋସ ଲଗାଇ ଜନସାଧାରଣଙ୍କୁ କରୋନା ସମ୍ପର୍କରେ ସଚେତନ କରେଇବା ସହ  କୋଭିଡ ନିୟମ ପାଳନ ନିମନ୍ତେ ସମସ୍ତେ ଉଦ୍ୟମ କରିବା ପାଇଁ ଅନୁରୋଧ କରୁଛନ୍ତି ।ମଧୁସ୍ମୀତା ଙ୍କ ଏପରି ଉଦ୍ୟମ କୁ ବାଙ୍କୀ ର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । (ରିପୋର୍ଟ – ଗୌତମ ମିଶ୍ର)

Exit mobile version