ଅମାନିଆଙ୍କ ପାଇଁ ପ୍ରଶାସନର ଚିନ୍ତା ବଢୁଛି , ଆକ୍ସନ ମୁଡ଼ରେ ପୁଲିସ ଓ ପୌର ପ୍ରଶାସନ

ଓଡ଼ିଶା ତାଜା ନ୍ୟୁଜ (୧୧ ମଇ ମଙ୍ଗଳବାର ) ହିଞ୍ଜିଳିକାଟୁ :- କରୋନା ଭୁତାଣୁ ଦ୍ୱିତୀୟ ଲହର ସଂକ୍ରମଣକୁ ନେଇ ଲୋକଙ୍କ ମନରେ ଅଜଣା ଆତଙ୍କ ଓ ଭୟର ବାତାବରଣ ସୃଷ୍ଟି ହୋଇଛି । ଦେଶର କୋଣ ଅନୁକୋଣରେ କରୋନା ମହାମାରୀ ଘୋର ବିପର୍ଯ୍ୟୟ ସୃଷ୍ଟି କରିଛି । ପ୍ରାଣଘାତୀ ସାଜି ରଚି ଚାଲିଛି ତାଣ୍ଡବଲୀଳା । ମୁଣ୍ଡ ପରେ ମୁଣ୍ଡ ଗଡ଼ିଯାଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଗଞ୍ଜାମ ଜିଲ୍ଲାରେ ସ୍ଥିତି ବି କିଛି କମ୍ ନୁହେଁ । ଜିଲ୍ଲାରେ ସଂକ୍ରମଣ ଓ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ କରୋନା ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି । କରୋନାର କରଳ ରୂପ ଏତେ ଭୟଙ୍କର ସାବ୍ୟସ୍ତ ହୋଇଛି ଯେ, ସାମାଜିକ ବିଧିବ୍ୟବସ୍ଥା ଓ ପରିସ୍ଥିତି ବିଗାଡ଼ି ଦେଇଛି । ଲୋକଙ୍କୁ ଭୟ ଏତେ ଘାରିଛି ଯେ ନିଜ ପରିବାର ସଦସ୍ୟଙ୍କୁ ଘଡ଼ିସନ୍ଧି ମହୁର୍ତରେ ସହାୟତା ଓ ସହଯୋଗ କରିବାକୁ ପଛଘୁଂଚା ଦେବାରେ ବି ମାନବପଣିଆ ହରେଇ ବସେଇବାକୁ ଉଚିତ ମଣୁଛନ୍ତି । କରୋନାର ଦ୍ୱିତୀୟ ଲହରକୁ ମାତ ଦେବା ପାଇଁ ଏପ୍ରିଲ ଶେଷ ସପ୍ତାହରୁ ଶନି ଓ ରିବାର ୨ ଦିନିଆ ସଟଡ଼ାଉନ ଘୋଷଣା କରାଯାଇଥିବା ବେଳେ ଚଳିତ ମାସ ୫ ତାରିଖରୁ ଆସନ୍ତା ୧୯ ତାରିଖ ସକାଳ ଯାଏଁ ଲକଡ଼ାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ସମେତ ସମସ୍ତ କୋଭିଡ଼ କଟକଣାକୁ ପାଳନ କରିବା ସକାଶେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ଢଙ୍ଗରେ ସହରବାସୀଙ୍କୁ ସଚେତନ କରାଯାଥିଲେ ମଧ୍ୟ କିଛି ଅମାନିଆଙ୍କ ପାଇଁ ପ୍ରଶାସନର ଚିନ୍ତା ବଢିବାରେ ଲାଗିଛି । ସ୍ଥାନୀୟ ସହରର ମୁଖ୍ୟ ସଡ଼କ, ବଜାରରେ ପୁଲିସ ପ୍ରଶାସନର ଭୟ ରହିଥିବା ଯୋଗୁଁ ଅମାନିଆ ମାନେ ବାଇକରେ ସାହି ସାହି ବୁଲି ଚକ୍କର କାଟୁଥିବା ବେଳେ କିଛି ଅମାନିଆ ଯୁବକ ଗୋଷ୍ଠୀଗତ ଭାବେ ବିଭିନ୍ନ ଖେଳରେ ମସଗୁଲ ରହୁଛନ୍ତି ।

ଯଦ୍ୱାରା ସ୍ଥାନୀୟ ଅଂଚଳରେ କରୋନା ସଂକ୍ରମିତ ଓ ମୃତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତୃତୀୟ ପର୍ଯ୍ୟାୟ ସଟଡ଼ାଉନ ଯୋଗୁଁ ଗତ ୨ ଦିନ ଧରି ଦୋକାନ ବଜାର ବନ୍ଦ ରହିଥିବା ବେଳେ ସେମାବାର ସକାଳୁ ସ୍ଥାନୀୟ ପରିବା ବଜାର ଓ ଲକ୍ଷ୍ମୀ ବଜାରରେ ସାମଗ୍ରୀ କିଣିବା ବାହାନରେ ଅମାନିଆଙ୍କ ଭିଡ଼ ଜମିଥିଲା । ସ୍ଥାନୀୟ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ତତ୍ୱାବଧାନରେ ଏନଫୋର୍ସମେଂଟ ଟିମ୍ ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ପୁଲିସ ଫୋର୍ସ ସ୍ଥାନୀୟ ବିଜୁ ପଟ୍ଟନାୟକ ଚକରେ ପଂହଚି ଡ଼ାକବାଜି ଯନ୍ତ୍ର ସହାୟତାରେ ଜନ ସଚେତନତା ସୃଷ୍ଟି କରିବା ସହ ପରିବା, ଗ୍ରୋସେରୀ କିଣିବା ବାହାନାରେ ମୋଟଣ ସାଇକେଲ ଧରି ଆସିଥିବା ଅମୋନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା । ଏପରିକି ଅମାନିଅ ମାନଙ୍କ ଠାରୁ ବିନା କାରଣରେ ବାହାରେ ନବୁଲିବା ପାଇଁ ଲିଖିତ ପତ୍ର ଦୋବକୁ ପଡ଼ୁଥିବା ଜଣାପଡ଼ିଛି । ସ୍ଥାନୀୟ ପୁଲିସ ଓ ପୌର ପ୍ରଶାସନର ଆକ୍ସନ ମୁଡ଼କୁ ନେଇ ଅମାନିଆ ମାନେ ବେଶ ଭୟଭୀତ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଅମାନିଆଙ୍କ ପାଇଁ ସ୍ଥାନୀୟ ପ୍ରଶାସନର କଠୋର ନିତୀକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ପ୍ରଂଶସା କରିଛନ୍ତି । ଥାନା ଏସ.ଆଇ ଗୋପାଳକୃଷ୍ଣ ଆଗୁ ପାତ୍ର, ରାଘବ ପ୍ରଧାନ, ପ୍ରୋବେସନ ଏସ.ଆଇ ହେମନ୍ତ କୁମାର ପାତ୍ର, ପ୍ରେବେସନ ଏଏସଆଇ ବବିତା, ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାସ, ଦିଲ୍ଲିପ କୁମାର ମିଶ୍ର, କର୍ମଚାରୀ ଏ ମୋହନ ରାଓ ଆଚାରୀ, ଲାଲମୋହନ ସେଠି, ଭାସ୍କର ସାହୁ, ଇ. କିଶାନ କୁମାର ପାତ୍ର, ସୁନ୍ଦ୍ରେ ଗଉଡ଼, କିରଣ ନାହାକ, ବିବେକାନ୍ଦ ମହାପାତ୍ର ଓ ପୁଲିସ ଫୋର୍ସ ମୃତୟନ ଥିଲେ ।   ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version