ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 4.3. 2020 ରିଖ :- ରାଜ୍ୟସଭା ପାଇଁ ଲବି ଜୋରଦାର ଆରମ୍ଭ ହୋଇଯାଇଛି । ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ଆସନ ବିଜେଡି ଖାତାକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଉ ଏଥିପାଇଁ ବିଜେଡ଼ି ସୁପ୍ରିମୋଙ୍କ ନିକଟରେ ଲବି ଜୋରଦାର ଆରମ୍ଭ ହୋଇଯାଇଛି । ଆଜି ତୃତୀୟ ମହଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଛି । ରମେଶ କହିଛନ୍ତି ଯେ ଗତକାଲି ମୁଖ୍ୟମବୀ ନବୀନ ପଟ୍ଟନାୟକଙ୍କୁ ଭେଟି ସାରିଛି ଏବଂ ଟିକେଟ୍ ପାଇବେ ବୋଲି ଆଶା ଅଛି । ଗତକାଲି ମଧ୍ୟ ବିଜେଡିର ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ ଓ ଜଗତସିଂହପୁର ପୂର୍ବତନ ସାଂସଦ କୂଳମଣି ସାମଲ ଆସି ଲବି କରିଥିବା ଜଣାପଡିଥିଲା । ଏପ୍ରିଲ ମାସରେ ୪ ରାଜ୍ୟସଭା ଆସନ ଖାଲି ହେବ । ଏହି ଆସନ ପୂରଣ ପାଇଁ ତାରିଖ ଘୋଷଣା କରି ସାରିଛନ୍ତି ନିର୍ବାଚନ କମିଶନ । ସଂଖ୍ୟା ଦୃଷ୍ଟିରୁ ବିଜେଡିରୁ ୩ଜଣ ରାଜ୍ୟସଭାକୁ ଯିବା ସ୍ପଷ୍ଟ ଥିବାରୁ ବିଜେଡି ନେତା ଏଥିପାଇଁ ଆରମ୍ଭ କରିଦେଇଛନ୍ତି ଲବି । ଆସନ୍ତା ଏପ୍ରିଲ ମାସରେ ରାଜ୍ୟସଭା ସାଂସଦ ଥିବା ଅନୁଭବ ମହାନ୍ତି, ସରୋଜିନୀ ହେମ୍ରମ୍ବ, ନରେନ୍ଦ୍ର ସ୍ୱାଇଁ ଓ ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ସରୁଛି । ଆଉ ଏହି ୪ଜଣ ସାଂସଦଙ୍କ ସ୍ଥାନ କିଏ ନେବେ ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ରାଜ୍ୟସଭା ଲବି ମୁଖ୍ୟମବୀଙ୍କୁ ଭେଟିଲେ ଚ୍ୟାଉ ପଟ୍ଟନାୟକ

- Categories: Uncategorized, ଓଡ଼ିଶା, ହୋମ୍
Related Content
ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
June 18, 2026
କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
by
Proprietor Abhimanyu Maharana
June 18, 2026
ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକା ଯାଉଛି ଓଡ଼ିଶାରେ, ଏଇ ବିଷୟ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କଲେ ବିଧାୟକ
by
Proprietor Abhimanyu Maharana
June 18, 2026
ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରାମସାଗର ର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ଉପସ୍ଥିତି ରେ ସମୀକ୍ଷା କଲେ ବିଧାୟକ
by
Proprietor Abhimanyu Maharana
June 18, 2026
୭୮ ଦିନର ଅବିରତ ପଦଯାତ୍ରା ଭିଆଇପି ଦର୍ଶନ ପ୍ରୋଟୋକଲ ଦର୍ଶନ ଓ ଟଙ୍କା ଦେଇ ଦର୍ଶନ ବନ୍ଦ କର ପୁରୀବାସୀଙ୍କ ପାଇଁ ଗୋଟିଏ ଦ୍ବାର ଖୋଲ
by
Proprietor Abhimanyu Maharana
June 18, 2026
ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ
by
Proprietor Abhimanyu Maharana
June 18, 2026