ଗଜପତିରେ  ୧୧୧ ଆକ୍ରାନ୍ତ ଚିହ୍ନଟ ;  ପାରଳାଖେମୁଣ୍ଡିରେ  ୬୮ ଜଣ  ,  ୬୪୮୦ ରେ ପହଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶା ତାଜା ନ୍ୟୁଜ (୧୧ ମଇ ମଙ୍ଗଳବାର ) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲାରେ ଆଜି ୧୧୧ଜଣ  କରୋନା ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧିପାଇ ୬୪୮୦ରେ ପହଂଚିଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପଜିଟିଭ୍‌ଙ୍କ ସଂଖ୍ୟା ଆଜିବି ସର୍ବାଧିକ ୬୮ ରହିଛି । ଗୋଷାଣୀ ବ୍ଲକରୁ ୭, ଗୁମ୍ମା ବ୍ଲକରୁ ୧,କାଶୀନଗର ବ୍ଲକରୁ୫,ମୋହନା ବ୍ଲକରୁ୨୪, ନୂଆଗଡ ବ୍ଲକ ରୁ ୨, ରାୟଗଡ଼ ବ୍ଲକରୁ ୧, ଆର.ଉଦୟଗିରି ବ୍ଲକରୁ ୩ ଜଣ ଚିହ୍ନଟ ହୋଇଥିବା ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।

ଏହି ସମସ୍ତ ସଂକ୍ରମିତ ନିଜ ନିଜର ଘରେ ସଂଘରୋଧ ଭାବେ ରହି ଚିକିତ୍ସିତ ହେଉଥିବା ବେଳେ ଅନ୍ୟ କେତେକ ସଂକ୍ରମିତ କୋଭିଡ ହସ୍ପିଟାଲ୍ ରେ ରହି ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପ୍ରତ୍ୟେକ ବ୍ୟକ୍ତି ସେପରି ଜରୁରୀ ଆବଶ୍ୟକତା ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ଜିଲ୍ଲାବାସୀଙ୍କୁ ନିବେଦନ କରିବା ସହ ମାସ୍କ ପରିଧାନ ବାଧ୍ୟତାମୂଳକ, ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ଏବଂ ବାରମ୍ବାର ହାତଧୋଇବା ଆଦି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ।   ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version