ରାଜ୍ୟରେ କାଳବୈଶାଖୀ ଜାରି

ଓଡ଼ିଶା ତାଜା ନ୍ୟୁଜ୍ (୧୧ ମଇ ମଙ୍ଗଳବାର ) ଭୁବନେଶ୍ୱର :-  ରାଜ୍ୟରେ କାଳବୈଶାଖୀ ଜାରି ରହିଥିବାରୁ ଗ୍ରୀଷ୍ମ କୋପ ଅପେକ୍ଷାକୃତ କମ୍‌ ରହିଛି । କୌଣସି ସ୍ଥାନରେଗ୍ରୀଷ୍ମ ଲହରୀ ନାହିଁ । ରବିବାର ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବର୍ଷା, ପବନ ହୋଇଥିବାରୁ ସୋମବାର ତାପମାତ୍ରା ସାମାନ୍ୟ କମିଥିଲା ।

ପାଣିପାଗ ପୂର୍ବାନୁମାନ, ଆସନ୍ତା ୩-୪ଦିନ ରାଜ୍ୟରେ ତାତି ବିଶେଷ ବଢ଼ିବ ନାହିଁ । ଅପରପକ୍ଷରେ ଆସନ୍ତା ୩ ଦିନ କାଳବୈଶାଖୀରାଜ୍ୟର ବିଭିନ୍ନ ସ୍ଥାନରେ ହେବା ସମ୍ଭାବନା ଅଛି । ମଙ୍ଗଳବାର ରାଜ୍ୟର ୨୪ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି । ଏହା ପ୍ରଭାବରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ ଆଶଙ୍କା ଥିବା ପାଣିପାଗ ବିଭାଗ ସତର୍କ କରାଇଛି । କେତେକ ଜାଗାରେ ପ୍ରବଳ ବର୍ଷା ଢାଳିପାରେ ।

ମଙ୍ଗଳବାର ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା, କଟକ,ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼,ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର,ମୟୂରଭଞ୍ଜ, ଦେବଗଡ଼, ଢେଙ୍କାନାଳ,ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି,ରାୟଗଡ଼ା, ନବରଙ୍ଗପୁର, କୋରାପୁଟ,ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହ ବଜ୍ରପାତ ଓ ଧୂଳିଝଡ଼ ହୋଇପାରେ । ପବନର ବେଗରେ ଘଣ୍ଟାପ୍ରତି ୪୦ କିମି ରହିପାରେ । ମୟୂରଭଞ୍ଜ,ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଜପତିର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଅଜାଡ଼ିବା ଆଶଙ୍କା ରହିଛି ।

ବୁଧବାର, ଗୁରୁବାର ମଧ୍ୟ ରାଜ୍ୟରେକାଳବୈଶାଖୀ ସମ୍ଭାବନା ଅଛି । ଶୁକ୍ରବାରଠାରୁ କାଳବୈଶାଖୀ ସାମାନ୍ୟ କମିବ । ଆସନ୍ତା୩-୪ ଦିନ ପରେ ରାଜ୍ୟର ଅନେକ ସ୍ଥାନରେତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ସମ୍ଭାବନାଅଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେତାତି ବଢ଼ିବା ସମ୍ଭାବନା ରହିଛି ।

ସୋମବାର କେବଳ ମାଲକାନଗିରି ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଛୁଇଁଥିଲା । ବୌଦ୍ଧ ତାପମାତ୍ରା ୩୯.୫, ଟିଟିଲାଗଡ଼୩୮, ବଲାଙ୍ଗିର ୩୮.୩, ସୁନ୍ଦରଗଡ଼୩୮.୫, ଅନୁଗୁଳ ୩୮.୧ ଡିଗ୍ରୀ ରହିଥିଲା । ଭୁବନେଶ୍ୱର ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ ହୋଇଛି । ରବିବାରାରୁ ସୋମବାର ସକାଳ ଭିତରେ (୨୪ ଘଣ୍ଟାରେ) ବାଲେଶ୍ୱରରେ୫୮ ମିଲିମିଟର ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୩୨ ମିମି, ପୁରୀରେ ୧୮,ଦାରିଙ୍ଗିବାଡ଼ିରେ ୩୨, କୋରାପୁଟରେ ୧୭,ଫୁଲବାଣୀରେ ୧୨, କେନ୍ଦୁଝରରେ ୨୧.୩ ମିମିବର୍ଷା ହୋଇଥିଲା । ସୋମବାର ଅପରାହ୍ନ ସୁଦ୍ଧା ଚାନ୍ଦବାଲିରେ ୧୦.୬, କଟକରେ ୮ ମିମି,ବାରିପଦାରେ ୯ ମିମି ବର୍ଷା ହୋଇଥିଲା (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)

Exit mobile version